Odisha news

ଦୁର୍ଘଟଣା ଘଟାଇ ଦୁଇଜଣଙ୍କ ଜୀବନ ନେଇଥିବା ଡ୍ରାଇଭର ଗିରଫ

0
ଢେଙ୍କିକୋଟ ତା ୨୪. ୨. ୨୪ ; ଗତକାଲି ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା l ସ୍କୁଟି ଉପରେ ଏକ ଲୁହାରଡ ବୋଝେଇ ଟ୍ରକ ଚଢ଼ିଯିବାରୁ ନିକଟବର୍ତ୍ତୀ ବାରିଗାଁ ଗ୍ରାମର ବାପ ପୁଅ ମୃତ୍ୟୁ ବରଣ କରିଥିଲେ l ଆଜି ଉକ୍ତ ଟ୍ରକ ଡ୍ରାଇଭର କୁ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଗିରଫ କରିଛନ୍ତି l ସେ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ଟାଙ୍ଗର ଗ୍ରାମର ରମାକାନ୍ତ ନାଏକ ( ୪୦) l ସେ ଚଳାଉଥିବା ଟ୍ରକ ନମ୍ବର ଓଡ଼ିO ୯ଏ ଏ ୧୧୬୬ ବୋଲି ଜଣାପଡିଛି l ଉକ୍ତ ଡ୍ରାଇଭରକୁ ଦଫା ୨୭୯,୩୦୪(ଏ) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l
Govt
Leave A Reply