Odisha news

ପାର୍ବଣ ଋତୁ ଭିଡ଼କୁ ଦୃଷ୍ଟିରେ ରଖି ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

0

ଭୁବନେଶ୍ୱର, ଅକ୍ଟୋବର ୦୭, ୨୦୨୬: ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ପାର୍ବଣ ଋତୁରେ ଯାତ୍ରୀ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ସହ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ଗୁଡ଼ିକରେ ଅତିରିକ୍ତ ପୂଜା ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯିବ।

ଟ୍ରେନ ନମ୍ବର ୦୩୧୦୧ ସିଆଲଦାହ–ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ପ୍ରତ୍ୟେକ ଶନିବାର  ଅକ୍ଟୋବର ୧୭, ୨୪ ଓ ୩୧, ୨୦୨୬ ଏବଂ ନଭେମ୍ବର ୦୭, ୧୪, ୨୧ ଓ ୨୮, ୨୦୨୬ରେ ଚଳାଚଳ କରିବ। ଫେରିବା ମାର୍ଗରେ  ଟ୍ରେନ୍ ନମ୍ବର ୦୩୧୦୨ ଖୋର୍ଦ୍ଧା ରୋଡ୍–ସିଆଲଦାହ ସ୍ପେଶାଲ୍ ପ୍ରତ୍ୟେକ ରବିବାର  ଅକ୍ଟୋବର ୧୮ ଓ ୨୫, ୨୦୨୬ ଏବଂ ନଭେମ୍ବର ୦୧, ୦୮, ୧୫, ୨୨ ଓ ୨୯, ୨୦୨୬ରେ ଚଳାଚଳ କରିବ।

ଟ୍ରେନ୍ ନମ୍ବର ୦୩୧୦୧ ସିଆଲଦାହ–ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ସିଆଲଦାହରୁ ରାତି ୧୧:୫୦ ରେ ଛାଡ଼ି ପରଦିନ ସକାଳ ୦୮:୨୦ ରେ ଖୋର୍ଦ୍ଧା ରୋଡ୍‌ରେ ପହଞ୍ଚିବ। ଫେରିବା ମାର୍ଗରେ ଟ୍ରେନ୍ ନମ୍ବର ୦୩୧୦୨ ଖୋର୍ଦ୍ଧା ରୋଡ୍–ସିଆଲଦାହ ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍‌ରୁ ଅପରାହ୍ନ ୦୪:୪୦ ରେ ଛାଡ଼ି ପରଦିନ ରାତି ୦୨:୦୦ ରେ ସିଆଲଦାହରେ ପହଞ୍ଚିବ।

କୋଚ୍ ସଂରଚନା :

ଏହି ସ୍ପେଶାଲ୍ ଟ୍ରେନ୍‌ରେ ମୋଟ ୨୨ଟି କୋଚ୍ ରହିବ। ସେଗୁଡ଼ିକ ହେଲା:
– ଏସି ୩-ଟାୟର – ୦୪ଟି କୋଚ୍
– ସ୍ଲିପର୍ କ୍ଲାସ୍ – ୧୦ଟି କୋଚ୍
– ଜେନେରାଲ୍ – ୦୬ଟି କୋଚ୍
-ଲଗେଜ୍-କମ-ଜେନେରେଟର-କମ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ଟି କୋଚ୍

ଏହି ସ୍ପେଶାଲ୍ ଟ୍ରେନ୍‌ର ସିଆଲଦାହ ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନ ବ୍ୟତୀତ ଆନ୍ଦୁଲ, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱର ଷ୍ଟେସନରେ ଉଭୟ ଦିଗରେ ରହଣି କରିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ ।

Ad2
Leave A Reply