ଆସିକା : ଟି ଏମ୍ ସି ଦାୟିତ୍ଵ ରେ ରହିଥିବା ଶିକ୍ଷକ ଙ୍କ ମୃତ୍ୟୁ , କରୋନା ମୃତ୍ୟୁ ଅଭିଯୋଗ ଆଣିଲେ ଶିକ୍ଷକ ସଂଘ ଓ ପରିବାର
ଆସିକା : ରାଜ୍ୟ ବାହାରୁ ଫେରିଥିବାପ୍ରବାସୀ ଓଡ଼ିଆଙ୍କ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ବରେ ରହିଥିବା ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଙ୍କ ଆଜି ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ଧରି ନିଜ ଘରେ ଥଣ୍ଡା ଓ ଜ୍ଵର ରେ ପୀଡ଼ିତ ଥିଲେ। କେ.ରାଇସିଂହ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ସିଦ୍ଧାର୍ଥ ୩ ପର୍ଯ୍ୟନ୍ତ ତୁମ୍ବ ଠେଙ୍ଗା ପଲ୍ଲୀ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ବରେ ରହିଥିଲେ। ସେ ଅସୁସ୍ଥତା ଅନୁଭବ କରୁଥିବାରୁ ସହରର ଲଛମନ ପଲ୍ଲୀ ଘରେ ନିଜ ପରିବାର ସହ ରହୁଥିଲେ। ଆଜି ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡିକାଲ କୁ ଚିକିତ୍ସା ପାଇଁ ନିଆ ଯାଉଥିବାବେଳେ ରାସ୍ତାରେ ମୃତ୍ୟୁ ହେଇ ଯାଇଥିଲା।
କରୋନା ସଂକ୍ରମିତ ଆଶଙ୍କା ଥିବା ପ୍ରବାସୀ ଓଡ଼ିଆ ଙ୍କ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ବରେ ରହିଥିଲେ ମଧ୍ୟ ସିଦ୍ଧାର୍ଥ ଙ୍କ କରୋନା ସଂକ୍ରମଣ ଯାଞ୍ଚ କରାଯାଇନଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।। ଆଜି ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ମୃତ ସିଦ୍ଧାର୍ଥ ଙ୍କ ଶବ ବ୍ୟବଚ୍ଛେଦ ଓ କରୋନା ଯାଞ୍ଚ ନେଇ ସ୍ତ୍ରୀ ଓ ପରିବାର ସଦସ୍ୟ ଙ୍କ ଆକୁଳ ନିବେଦନ କରୁଥିବା ଭାଇରାଲ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି। ଅପର ପକ୍ଷେ ଶିକ୍ଷକ ସଂଘ ମୃତ ଶିକ୍ଷକ ଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ଦେବାକୁ ଦାବି କରିଛନ୍ତି।
