Odisha news

ଧର୍ମଶାଳା ହେଲଥ୍ କେୟାର ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

0

ଧର୍ମଶାଳା :  ଧର୍ମଶାଳା ବ୍ଲକ ଅନ୍ତର୍ଗତ କଟକ ରୋଡ ଜାରକା ଠାରେ ଧର୍ମଶାଳା ହେଲଥ୍ କେୟାର ପକ୍ଷରୁ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ମେଳା ନିଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୪ ରୋଗୀଙ୍କ ବ୍ଲଡପ୍ରେସର ପରୀକ୍ଷା କରାଯାଇ ଥିଲାବେଳେ ୩୩ଜଣ ରୋଗୀଙ୍କ ମଧୁମେୟ,୨୭ଜଣ ରୋଗୀଙ୍କ ଲିପିଡ ପ୍ରୋଫାଇଲ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ରିପୋର୍ଟ ପ୍ରଦାନ କରାଯାଇଛି । ଏହି ସ୍ୱାସ୍ଥ୍ୟ ମେଳାରେ ଡକ୍ଟର ପ୍ରତୁ୍ୟଷ କୁମାର ମହାରଣା ଯୋଗ ଦେଇ ସମସ୍ତ ରୋଗୀଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରିଥିଲେ ।

ଧର୍ମଶାଳା ହେଲଥ୍ କେୟାର ପ୍ରୋପାିଟର ଶ୍ରୀମ୍ତୀ ବିଷ୍ଣୁପ୍ରୀୟା ସ୍ୱାଇଁ ଓ ରଞନ କୁମାର ରାୟ ସ୍ୱାସ୍ଥ୍ୟ ମେଳାରେ ଉପସ୍ଥିତ ରହି ଆସିଥିବା ରୋଗୀ ମାନଙ୍କୁ କରୋନା ବିଷୟରେ ସଚେତନତା କରାଇବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଆଖପାଖ ଅଞ୍ଚଳରୁ ଆସିଥିବା ରୋଗୀ ମାନଙ୍କୁ ଧର୍ମଶାଳା ହେଲଥ୍ କେୟାର ତରଫରୁ ଜଳପାନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.