Odisha news

ଖଇରା : ୫୦ ହଜାର ଟଙ୍କାର ବେଆଇନ ଶାଗୁଆନ କାଠ ଜବତ ।

0
ଖଇରା,୪/୭ : ଖଇରା ତହସିଲ ଏବଂ କୁପାରୀ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଖଇରା ବ୍ଲକ ଝିଙ୍କିରିଆ ଗ୍ରାମରେ ଚଢାଉ କରାଯାଇ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ଶାଗୁଆନ ଗଛ ଜବତ କରାଯାଇଛି ା ଶନିବାର ଅପରାହ୍ନରେ ଗ୍ରାମର ଗୋଚର ଜମିରୁ କିଛି ଗ୍ରାମବାସୀ ବେଆଇନ ଭାବେ ଶାଗୁଆନ ଗଛ କାଟି ଘରକୁ ନେଉଥିଲେ ା ଖବର ପାଇ ସାନଜୟିପୁର ରାଜସ୍ବ ନିରିକ୍ଷକ ଦିଲ୍ଲିପ ବାରିକ,ଖଇରା ତହସିଲଦାର ପ୍ରଦୀପ ସାହୁ,କୁପାରୀ ଫରେଷ୍ଟର କିଶୋର ଭୁୟାଁ ଘଟଣା ସ୍ଥଳରେ ପହଞ୍ଚି ଗଛ ଗଣ୍ଡି ଜବତ କରି ତହସିଲକୁ ନେଇ ଯାଇଥିଲେ ା ଏଥିରେ ପାଖାପାଖି ୧୦ଜଣ ବ୍ୟକ୍ତି ଜଡିତ ଅଛନ୍ତି ା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ନିରିକ୍ଷକ ଦିଲ୍ଲିପ ବାରିକ କହିଛନ୍ତି ା
Leave A Reply