Odisha news

ଅନୁଗୁଳ : ଅଗଷ୍ଟ ୧ ଓ ୨ ତାରିଖକୁ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୩୩୬ରେ ପହଁଚିବା ପରେ ଜିଲ୍ଲାକୁ ଆସନ୍ତା ଅଗଷ୍ଟ ମାସର ୧ ଓ୨ ତାରିଖ (ଶନିବାର ଓ ରବିବାର) କୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ପରବର୍ତୀ ନିଦେ୍ର୍ଦଶନାମା ଆସିବା ପର୍ଯ୍ୟନ୍ତ ଏହି ଘୋଷଣାନାମା ଜାରି ରହିବ । ଏହି ସମୟ ମଧ୍ୟରେ ସମସ୍ତ ସାପ୍ତାହିକ ହାଟ, ବଜାର ବନ୍ଦ ରହିବ ।

ଜିଲ୍ଲାର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ସୋମବାରରୁ ପରବର୍ତୀ ନିଦେ୍ର୍ଦଶନାମା ଜାରି ହେବା ପର୍ଯ୍ୟନ୍ତ ସକାଳ ୭ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଯେଉଁ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ସାମାଜିକ ଦୂରତା ରକ୍ଷା କରିବେ ନାହିଁ ସେମାନଙ୍କ ଦୋକାନ ଗୁଡିକୁ ସିଲ୍ କରାଯିବ । ଏହି ସଟ୍ ଡାଉନ୍ ସମୟରେ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ କ୍ରିୟାକଳାପ ବନ୍ଦ ରହିବା ସହିତ ସମସ୍ତ ଡାକ୍ତର ଖାନା,କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ ସହ ଆମ୍ବୁଲାନ୍ସ ସେବା ଏବଂ ଡାକ୍ତରଖାନା କର୍ମଚାରୀ ଆଦି କି୍ରୟାକଳାପ ଗୁଡିକ ଚାଲୁ ରହିବ ।

ସେହିପରି ଜିଲ୍ଲା ଏବଂ ପୋ÷ର ପ୍ରଶାସନ/ପୁଲିସ/ଅଗ୍ନିଶମ ସେବା, ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଦୂର ସଂଚାର ସେବା, ପ୍ରେଟ୍ରୋଲ ପମ୍ପ, ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନଟକାରୀ ପ୍ରିଟଂ ଓ ଇଲେକ୍ଟ୍ରୋନିକସ ମେଡିଆ, ଜଳ ଯୋଗାଣ, ପରିମଳ ଓ ସ୍ୱେରେଜ କର୍ମୀ, ବିଦ୍ୟୁତ୍ ଯୋଗାଣ ଓ ବଟଂନ, ମାଲ ପରିବହନ ଗାଡି (ବୋଝେଇ କିମ୍ବା ଖାଲି),ଶିଳ୍ପ ସଂସ୍ଥା , କାରଖାନା ଓ ନିର୍ମାଣ କାର୍ଯ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପଶୁପାଳନ ଏବଂ ମଣ୍ଡି ଗୁଡିକରେ ସଂଗ୍ରହ କାର୍ଯ୍ୟ, ଆଇ ଟି, ହୋଟେଲ ଓ ସେବା ସଂସ୍ଥା, ରେଳ ଓ ବିମାନ ଯାତାୟାତ, ରାଜପଥରେ ପରିବହନ, ଯାତ୍ରୀ ମାନଙ୍କର ଗମନାଗମନ ସୁବିଧା ନିମନ୍ତେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡକୁ ସରକାରୀ ଓ ବେସରକାରୀ ଗାଡି ଯାତାୟାତ, ସ୍ଥାନୀୟ ଅଧିକାରୀଙ୍କ ଅନୁମତି ସହ ବିବାହ ଓ ଅନ୍ତେଷ୍ଟିକ୍ରିୟା, ଏଟି ଏମ ଓ ଆର ବି ଆଇ, ଖାଦ୍ୟ ପଦାର୍ଥ, ତେଜରାତି ସାମଗ୍ରୀ, ପନିପରିବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ ଡେଲିଭରି, ଜାତୀୟ, ଓ ରାଜ୍ୟ ରାଜପଥ କଡରେ ଥିବା ଢ଼ାବାରୁ କେବଳ ପ୍ୟାକ କରକି ଖାଦ୍ୟ ନେଇହେବ, କ୍ଷୀର ଦୋକାନ, ସମ୍ବାଦପତ୍ର ବିତରଣ କେବଳ ସକାଳ ୬ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ଚାଲିବ ।

କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କ ସୁବିଧାମତେ ସମସ୍ତ ପ୍ରକାର ଆନୁସଙ୍ଗୀକ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି । ସରକାରଙ୍କ ଦ୍ୱାରା ପ୍ରଣିତ ନିୟମାବଳୀକୁ ମାନି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ ସହ ହାତଧୋଇବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଜନ ସାଧାରର ଆତଙ୍କିତ ନ ହୋଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇ ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply