Odisha news

ଅନୁଗୁଳ ଜିଲ୍ଲାରେ ସକାଳ ୮ ଟା ସୁଦ୍ଧା ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ : ପଜିଟିଭ୍ ସଂଖ୍ୟା ପହଁଚିଲା ୩୩୬ରେ, ଜିଲ୍ଲାରେ ୩ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରୁ ୨୧ ଜର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଚଂଳରୁ ୧୦ ଜଣ, ବଅଁରପାଳ ବ୍ଲକ ଅଚଂଳରୁ ୯ଜଣ, କଣିହାଁ ବ୍ଲକ ଅଚଂଳରୁ ଜରେ ଓ ଅନୁଗୁଳ ବ୍ଲକ ଅଚଂଳରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ୨୩, ୨୬, ୨୬, ୨୭, ୩୦ ଓ ୫୬ ବର୍ଷ ହୋଇଥିବା ବେଳେ ୪ ଜଣ ମହିଳାଙ୍କ ବୟସ ୨୮,୪୫, ଓ ୭୫ ବର୍ଷ ଅଟେ । ଏମାନଙ୍କ ମଧ୍ୟରେ ୨୭ ଓ ୩୦ ବର୍ଷୀୟ ୨ ଜଣ ପୁରୁଷ ତାଳଚେରସ୍ଥିତଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ପଜିଟିଭ୍ ବାହରିଥିଲା । ୨୩ ଓ ୫୬ ବର୍ଷୀୟ ୨ ଜଣ ପୁରୁଷ, ୭୫ ଓ ୪୫ ବର୍ଷୀୟା ମହିଳା ଗୋଟିଏ ପରିବାରର ଅଟନ୍ତି । ଏବଂ ସେମାନେ କିଛି ଦିନ ତଳେ କଟକର ବଡମ୍ବାରୁ ଫେରିଥିଲେ ।

୨୮ ବର୍ଷୀୟ ମହିଳା ପୁନେରୁ ଫେରିଥିବା ବେଳେ ୨୬ ବର୍ଷୀୟ ଜଣେ ପୁରୁଷ ରାଜସ୍ଥାନରୁ ଫେରିଥିଲେ । ସେହିପରି ୪୯ ବର୍ଷୀୟା ମହିଳା ଓ ୨୬ ବର୍ଷୀୟ ପୁରୁଷ ତାମିଲନାଡୁରୁ ଫେରି ହୋମ କ୍ୱାରେଟାଂଇନରେ ଥିଲେ । ବଅଁରପାଳ ବ୍ଲକର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୦, ୨୩,୨୪,୨୫,୩୨, ୪୬, ଓ ୭୪ବର୍ଷ ଓ ଜଣେ ମହିଳାଙ୍କର ବୟସ ୭୩ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୪୬, ୨୫ ଓ ୨୦ ବର୍ଷୀୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ ୨୩ ଓ ୨୪ ବର୍ଷୀୟ ପୁରୁଷ କର୍ଣ୍ଣାଟକରୁ ଫେରିଥିଲେ । ସେହିପରି ଜଣେ ୩୨ ବର୍ଷୀୟ ପୁରୁଷ ମଧ୍ୟପ୍ରଦେଶରୁ ଫେରିଥିବା ବେଳେ ୭୪ ବର୍ଷୀୟ ଜଣେ ପୁରୁଷ ଓ ୭୩ ବର୍ଷୀୟ ଜଣେ ମହିଳା ଗୟା (ବିହାର)ରୁ ଫେରିଥିଲେ ।ଏହି ବ୍ଲକ ଅଚଂଳର ୯ମ ଆକ୍ରାନ୍ତ ଜଣଙ୍କ ଜଣେ ୬୩ ବର୍ଷୀୟ ପୁରୁଷ ଗତକାଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଟିଂଜେନ ପରୀକ୍ଷା କରାଯାଇ କରୋନା ପଜିଟିଭ୍ ଜଣାପଡିଥିଲା ।ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଶ୍ରୀରାମଚନ୍ଦ୍ର ଭଜଂ ମେଡିକାଲ କଲେଜକୁ କଟକକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି କଣିହାଁ ବ୍ଲକ ଅଚଂଳରୁ ଜଣେ ୩୬ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି ।

ଅନୁଗୁଳ ବ୍ଲକ ଅଚଂଳର ଜଣେ ୩୨ ବର୍ଷୀୟ ପୁରୁଷ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ କଟକର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୧୯ ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୪ ଜଣ ସୁସ୍ଥ ହୋଇ କୋଭିଡ୍ କେୟାର ସେଟଂରକୁ ନିରୀକ୍ଷଣ ନିମନ୍ତେ ସ୍ତାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ତ ହୋଇଥିବା ୨୧୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୨୦ରେ ପହଁଚିଲା ।

Leave A Reply