ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ବଳରାମପୁର ସ୍ଥିତ ସରସ୍ବତୀ ଶିଶୁ ଜ୍ଞାନମନ୍ଦିର ରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ବିଦ୍ୟାଳୟ ର ଉପସଭାପତି ନିରଞ୍ଜନ ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ,ମୁଖ୍ୟ ବକ୍ତା ଭାବେ ରେକୁଟିଆ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଗୋଲକ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଘସିପୁରା ବିଡ଼ିଓ ମାନସ ରଞ୍ଜନ ସାମଲ , ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଅନିଲ ନାୟକ, ସମ୍ପାଦକ ପ୍ରତାପ ରାଉତ, ଗଡବାନ୍ଧଗୋଡ଼ା ପଞ୍ଚାୟତ ସମିତି ସଭ୍ୟ ବିଜୟ ଜେନା,କମିଟି ମେମ୍ବର ଜଗବନ୍ଧୁ ରଥ, ବେଣୁଧର ଆଚାର୍ଯ୍ୟ, ରବିନାରାୟଣ ରାଉତ ଯୋଗଦାନ କରିଥିଲେ। ଏହି ଅବସରରେ ପ୍ରଥମେ ମା ସରସ୍ବତୀ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅନେକ ମୁଲ୍ୟବୋଧର କଥା ଛାତ୍ର ଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନେ କହିଥିଲେ। ବାର୍ଷିକ ବିବରଣୀ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ ପଠନ କରିଥିଲେ। ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଗୁରୁଜୀ ପ୍ରିୟରଞ୍ଜନ ବିଶ୍ଵାଳ ଓ ଧନ୍ୟବାଦ ଅର୍ପଣ ଗୁରୁମା ତପସ୍ଵିନୀ ସାହୁ ପ୍ରଦାନ କରିଥିଲେ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାତୃ ସମ୍ମିଳନୀ ରେ ବିଭିନ୍ନ କ୍ରିଡ଼ା ରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଥିବା ମା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା- , ମିତା ସାହୁ, ମନୀଷା ନାୟକ, ପ୍ରିୟଲକ୍ଷ୍ମୀ ସାହୁ, ବିନିରାଣୀ ବାରିକ୍, ପୂଜାରାଣୀ ବିଶ୍ୱାଳ, ପାୟଲ ପ୍ରାଚୁର୍ଜ୍ଯା ମହାନ୍ତି, ଭାର୍ଗବୀ ଆଚାର୍ଯ୍ୟ, ସହଯୋଗ କରିଥିଲେ।