Odisha news

ରାଜ୍ୟସ୍ତରୀୟ ଚଂଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣ। ମେଣ୍ଟ ଭୂବନେଶ୍ବରକୁ ହରାଇ କେନ୍ଦ୍ରାପଡା ସେମିରେ 

0
ରାଜନଗର, :  ରାଜନଗର ବ୍ଲକ ବଡପଲ୍ଲୀ ଚଂଚଳା ମିନି ଷ୍ଟାଡିୟମରେ  ରାଜ୍ୟସ୍ତରୀୟ ୪୨ତମ ଚଂଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣ। ମେଣ୍ଟ ର ୩ୟ କ୍ବାର୍ଟର ଫାଇନାଲରେ ଭୂବନେଶ୍ବରର ମୁକ୍ତେଶ୍ବର କ୍ରିକେଟ ଟିମ୍‌କୁ ହରାଇ ଗୋପବନ୍ଧୁ କ୍ରିକେଟ କ୍ଲବ କେନ୍ଦ୍ରାପଡା ସେମିଫାଇନାଲରେ ପ୍ରବେଶ କରିଛି।  ଆଜି ଟସ୍‌ ଜିତି ମୁକ୍ତେଶ୍ବର କ୍ରିକେଟ କ୍ଲବ ଭୂବନେଶ୍ବର ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୋପବନ୍ଧୁ କ୍ରିକେଟ କ୍ଲବ କେନ୍ଦ୍ରାପଡା ନିର୍ଦ୍ଧ।ରିତ ୧୫ ଓଭରରେ ୭ ଉଇକେଟ ବିନିମୟରେ ୧୯୬ ରନ ସଂଗ୍ରହ କରିଥିଲା। ଦଳର ବ୍ୟାଟ୍ସମ୍ୟାନ  ଗୌରବ ଚୌଧୂରୀ ୩୨ ବଲରୁ ୯୬ ରନ ଓ ଆଶିଷ ନାୟକ ୮ ବଲରେ ୨୦ ରନ କରିଥିଲେ। ମୁକ୍ତେଶ୍ବର କ୍ରିକେଟ କ୍ଲବ ଭୂବନେଶ୍ବରର ମୃତ୍ୟୁୟ ମାନସିଂହ ୩ ଓଭର ବୋଲିଂ କରି ୩୨ ରନ ଦେଇ ୧ ଉଇକେଟ ଓ ବାଦଲ ସାହୁ ୩ ଓଭର ବୋଲିଂ କରି ୩୪ ରନ ଦେଇ ୨ ଉଇକେଟ ନେଇଥିଲେ। ୧୯୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭୂବନେଶ୍ବରର ମୁକ୍ତେଶ୍ବର କ୍ରିକେଟ କ୍ଲବ ୧୪.୩ ଓଭର ଖେଳି ୬ ଉଇକେଟ ହରାଇ ୧୩୬ ରନ କରିଥିଲା। ପ୍ରତିକୂଳ ପାଗ ଯୋଗୁଁ ଖେଳ ବନ୍ଦ ହୋଇଯାଇଥିଲା। କ୍ରିକେଟ ନିୟମ ଅନୁସାରେଖେଳର ସମସ୍ତ ଦିଗକୁ ବିଚାରକୁ ନେଇ କେନ୍ଦ୍ରାପଡାର ଗୋପବନ୍ଧୁ କ୍ରିକେଟ କ୍ଲବକୁ ବିଜେୟୀ ଘୋଷଣା କରାଯାଇଥିଲା। କେନ୍ଦ୍ରାପଡାର ଗୌରବ ଚୌଧୂରୀଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଆୟୋଜକ ପଲ୍ଲୀଶ୍ରୀ ଯୁବକ ସଂଘର ସଭାପତି ଅଭିମନ୍ୟୁ ପ୍ରଧାନ,  କୋଷାଧ୍ୟକ୍ଷ ତପନ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply