Odisha news

ନଳିନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା 

0
ରାଜନଗର : ୨୪/୧ ରାଜନଗର ବ୍ଲକ ଚାନ୍ଦିବାଉଶମୂଳସ୍ଥିତ ନଳିନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରି ସରରେ ନୂଆ-ଓ ଓଡିଶା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଓଡିଆ ସାହିତ୍ୟ ପ୍ରତିଯୋଗିତାରେ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ବିଶ୍ବାଳ ମୁଖ୍ୟ ଅତିଥି, ପ୍ରାକ୍ତନ ଶିକ୍ଷକ ଅନାଦି ଚରଣ ଜେନା ମୁଖ୍ୟବକ୍ତା, ନଳିନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗର ପ୍ରାକ୍ତନ ଅଧ୍ୟାପକ ଗଣେଶ୍ବର ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ଜୀବନର ଭୌତିକ ବିକାଶ ଓ ଓଡିଆ ସାହିତ୍ୟ ଜଗତର ଉନ୍ନତିରେ ସହାୟକ ହୋଇପାରିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅଧ୍ୟାପକ ବନୋଜ କୁମାର ପରିଡା, ବୈକୁଣ୍ଠ ନାଥ ବାରିକ, ବୈଲୋଚନ ରାଉତ, ଉମାକାନ୍ତ ମିଶ୍ର, ଗିରିଶ କୁମାର ନାୟକ, ଜ୍ୟୋସ୍ନାବାଳା ଦାସ, କିଶୋର ଚନ୍ଦ୍ର ଚୌଧୂରୀ, ଚୌଧୂରୀ ଜୟନ୍ତ କୁମାର ପ୍ରହରାଜ, ବସନ୍ତ କୁମାର ରାଉଳ, ଜାମିନୀକାନ୍ତ ରାଉଳ, ଅଶୋକ କୁମାର ରାଉତ, ଦିଗମ୍ବର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।
Ad2
Leave A Reply