Odisha news

ହକି ପୁରୁଷ ବିଶ୍ଵକପ୍ ପାଇଁ ବିଭିନ୍ନ ପ୍ରତିଯୋଗିତା

0
ଜଗନ୍ନାଥ ପ୍ରସାଦ:୦୪/୦୧ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ହକି ପୁରୁଷ ବିଶ୍ଵକପ୍-୨୦୨୩ ର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବାଲୁକା ଚିତ୍ର କଳା ଏବଂ ବିଭିନ୍ନ ପ୍ରକାରର ରଙ୍ଗୋଲୀ ଚିତ୍ର ଅଙ୍କନ କରିଥିଲେ । ଶେଷରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ପ୍ଲାକଡ ଓ ବ୍ୟାନର ଧରି ଏକ ବିଶାଳ ପଦଯାତ୍ରାରେ ବାହାରି ଥିଲେ । ଏହାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ, ଡ଼ଃ ବିନୋଦ କୁମାର ଦାଶ, ନିରଞ୍ଜନ ଶତପଥୀ, ବିରଞ୍ଚି ନାରାୟଣ ପ୍ରଧାନ, ବିଭୂତି ଭୂଷଣ ପ୍ରଧାନ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ । ଡ଼ି.ଈ.ଓ ସରୋଜ କୁମାର ନାୟକଙ୍କ ସମେତ ବିଭୂତି ଭୂଷଣ ନାୟକ ଓ ଗୋପାଳ ନାୟକ, ଅଭୟ ପ୍ରଧାନ, ଜ୍ୟୋତି ପ୍ରଧାନ, ଶ୍ରଦ୍ଧାଞ୍ଜଳି ସାହୁ, ପୂଜା ପ୍ରଧାନ, ଚୁମୁକି ସାହୁ, ରୋଜାଲିନ ପ୍ରଧାନ ଅନିଲ ସେନାପତି, ଗଙ୍ଗା ଭୋଇ ଓ ଫକୀର ମୋହନ ସେନାପତି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
Leave A Reply