ପାରାଦୀପ : ପାରାଦୀପ୍ର 5 T ସଚିବ ଭି କେ ପାଣ୍ଡିଆନ୍ | ପାରାଦୀପ୍ ସଣ୍ଡକୁଦ ରେ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ ମିଶନ ଶକ୍ତି କେଫ ଓ ବିଜୁ କନଭେନସନ ରେ ଯୋଗଦେଇ ଏକ ସଭା ରେ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ସ୍ୱପ୍ନର ପାରାଦୀପ୍ ବୋଲି ଉଲ୍ଲେଖ କରିଥିଲେ | ପରେ ଗଡ଼ ଆଇ ଟି ଆଇ ରେ ପହଂଚି ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ | ଏବେ ପାଣ୍ଡିଆନ୍ କୁଜଙ୍ଗ ଗ୍ରସ୍ତ କରିଥିବା ବେଳେ ବିଜେପି କର୍ମୀ ମାନେ କଲା ଡ୍ରେସ୍ ପିନ୍ଧି କଳା ବେଲୁନ୍ ଉଡାଇ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଛନ୍ତି | ସେହିପରି ପାଣ୍ଡିଆନ୍ ଗ୍ରସ୍ତ କୁ ନେଇ ବହୁ ଚର୍ଚିତ ଢିଙ୍କିଆ ରେ ବବି ଦାସ ଓ ମନ୍ତ୍ରୀ ଅରୁଣ ସାହୁ ପ୍ରକଳ୍ପ ବିରୋଧି ଦେବେନ୍ଦ୍ର ସ୍ୱାଇଁ ଙ୍କ ଘରେ ପହଂଚି ଥିବା ଜଣାପଡ଼ିଛି | ସେହିପରି ପାଣ୍ଡିଆନ୍ କୁଜଙ୍ଗ ରେ ଏକ ବିଶାଳ ସଭାରେ ଯୋଗଦେଇ ଡିସେମ୍ବର ସୁଦ୍ଧା ଜଗତସିଂହପୁର ଜିଲ୍ଲା ର ସବୁ ସ୍କୁଲ 5 T ରେ ଅନ୍ତର୍ଭୁକ୍ତ ହେବ ଓ ଜିଲ୍ଲାର ସମସ୍ତ କଲେଜ ଆଜି ସନ୍ଧ୍ୟା ସୁଦ୍ଧା 5 T ରେ ଅନ୍ତର୍ଭୁକ୍ତ ହେବ ଓ ସନ୍ଧ୍ଯା ସୁଦ୍ଧା ଆଜି ମୁଖ୍ୟମନ୍ତ୍ରୀ ଘୋଷାଣ କରିବେ ବୋଲି ପ୍ରକାଶ କରିଛନ୍ତି | 5 T ଲୋକଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଅନେକ ଆଶା କରୁଛନ୍ତି ଏବ୍ଂ ଆପଣ ମାନେ ଭଲ କାମ କରନ୍ତୁ ବୋଲି ପ୍ରକାଶ କରିଛନ୍ତି | 5ଟି ସଚିବ ଙ୍କ ଗ୍ରସ୍ତ କୁ ନେଇ ପାରାଦୀପ ନିର୍ବାଚନ ମଣ୍ଡଳୀ ର ପାରାଦୀପ, କୁଜଙ୍ଗ ଓ ରାହାମା ଠାରେ ବିଜେପି ର ପ୍ରତିବାଦ ଓ ବିରୋଧ। କଳା ପୋଶାକ ପିନ୍ଧିବା ସହ କଳା ବେଲୁନ୍ ଉଡାଇ ବିଜେପି ପ୍ରତିବାଦ କଟିଥିବା ଓ ପାଣ୍ଡିଆନ୍ ଗୋ ବ୍ୟାକ୍ ବୋଲି ନାରା ଦେଇଥିବା ଦେଖିବାକୁ ମିଳିଥିଲା |