ମହାଭାରତର ଗାନ୍ଧାରୀଙ୍କ ଚରିତ୍ର ସହିତ ଆମେ ସମସ୍ତେ ଜଣାଶୁଣା, ସେ ଥିଲେ ହସ୍ତୀନାପୁର ସମ୍ରାଟ ଧୃତରାଷ୍ଟ୍ର ଙ୍କ ପତ୍ନୀ ଓ ୧୦୦ ପୁତ୍ର ର ଜନନୀ l ସେ ଭଗବାନ ଶିବ ଙ୍କର ପରମ ଭକ୍ତ ଥିଲେ l ମହାଦେବ ଙ୍କୁ ତପସ୍ୟା କରି ସେ ବରଦାନ ପାଇଥିଲେ l ଧୃତରାଷ୍ଟ୍ରର ଜନ୍ମ ରୁ ଅନ୍ଧ ଥିଲେ, ତାଙ୍କୁ ବିବାହ କରିବା ପରେ ଗାନ୍ଧାରୀ ନିଜ ଚକ୍ଷୁରେ ପଟି ବାନ୍ଧି ନିଜେ ମଧ୍ୟ ନେତ୍ର ବିଭିନ ଅବସ୍ଥାରେ ଜୀବନ ଅତିବାହିତ କରିଥିଲେ l କିନ୍ତୁ ସେ ମହାଦେବ ଙ୍କ ନିକଟରୁ ଗୋଟିଏ ଦିବ୍ୟ ବର ପାଇଥିଲେ ଯେ , ଯେବେ ବି ସେ ନିଜ ଚକ୍ଷୁର ପଟି ଖୋଲି ଯାହାକୁ ଉଲଗ୍ଣ ଅବସ୍ଥାରେ ଚାହିଁବେ ତାର ଶରୀର ବଜର ହୋଇଯିବ l
ତେଣୁ ଗାନ୍ଧାରୀ ଦୁର୍ଯ୍ୟୋଧନ ଙ୍କୁ କହିଥିଲେ ମୁଁ ତୁମକୁ ବିଜୟଶ୍ରୀ ର ଆଶୀର୍ବାଦ ତ ଦେବିନାହିଁ କିନ୍ତୁ ଗୋଟିଏ ଶୈବ ଭକ୍ତ ହିସାବରେ ଗୋଟିଏ କବଚ ପିନ୍ଧାଇ ପାରିବି l ତେଣୁ ତମେ ଗଙ୍ଗାରେ ସ୍ନାନ କରି ମୋ ନିକଟକୁ ସିଧାସଳଖ ଆସିବ l ଏଭଳି ଆସିବ ଯେଭଳି ତମେ ଜନ୍ମ ସମୟରେ ଥିଲ l ସେତେବେଳେ ଦୁର୍ଯ୍ୟୋଧନ ପଚାରିଥିଲେ କଣ ଉଲଗ୍ଣ ହୋଇ ଆସିବି ? ମା ଗାନ୍ଧାରୀ କହିଥିଲେ ମା ନିକଟରେ କିପରି ଲାଜ ? ଯାଅ ସ୍ନାନ କରି ନିର୍ବସ୍ତ୍ର ଆସ l
ଦୁର୍ଯ୍ୟୋଧନ ଯିବା ପରେ ଶ୍ରୀକୃଷ୍ନ ଯାଇ ଗାନ୍ଧାରୀଙ୍କ ନିକଟରେ ଉପସ୍ଥିତ ହେବେ, ଏହା ଜାଣିପାରି ଗାନ୍ଧାରୀ କହିବେ ହେ କେଶବ ! ୧୭ ଦିନ ପୂର୍ବରୁ ମୁଁ ୧୦୦ ପୁତ୍ରଙ୍କ ଜନନୀ ଥିଲି, କିନ୍ତୁ ବର୍ତମାନ କେବଳ ଗୋଟିଏ ପୁତ୍ର ର ମା ହୋଇ ରହି ଯାଇଛି l ଏହାପରେ ଶ୍ରୀକୃଷ୍ନ କହିଛନ୍ତି ହଁ ମାତା ଗାନ୍ଧାରୀ , ଏହି ଶବ ମାନଙ୍କ ମଧ୍ୟରେ ଗୋଟିଏ ଶବ ଏଭଳି ରହିଛି ଯିଏ କି ଜ୍ୟେଷ୍ଠ କୂଂତେୟ ଅଟନ୍ତି l ଏହା ଶୁଣି ଗାନ୍ଧାରୀ ଭାବିଛନ୍ତି ଯୁଧିଷ୍ଠିର, କିନ୍ତୁ ଶ୍ରୀକୃଷ୍ନ କହିଛନ୍ତି ନାହିଁ କର୍ଣ୍ଣ l ଅନ୍ତତଃ ତମେ ଏହି ଦୋଷ ଆଉ ଦେବନି ଯେ ପାଣ୍ଡଵ ଙ୍କ ପକ୍ଷରୁ କେହି ବି ତମ ପୁଅର ସହଯୋଗ କରି ନାହାନ୍ତି l ଏହା କହିବା ପରେ ଶ୍ରୀକୃଷ୍ନ ଗାନ୍ଧାରୀ ଙ୍କ ଶିବିର ରୁ ଯିବା ବେଳକୁ ଦେଖିଥିଲେ ଯେ ଦୁର୍ଯ୍ୟୋଧନ ଉଲଗ୍ଣ ହୋଇ ଯାଉଛନ୍ତି l ସେ ଏହା ଦେଖି କହିଥିଲେ ଆରେ ଦୁର୍ଯ୍ୟୋଧନ ତେମେ ନିର୍ବସ୍ତ୍ର ହୋଇ କୁଆଡେ ଯାଉଛ ? ଏହାର ପ୍ରତି ଉତର ରେ ଦୁର୍ଯ୍ୟୋଧନ କହିଥିଲେ ଯେ ମା ଗାନ୍ଧାରୀ ଙ୍କ ନିକଟକୁ l
ଶ୍ରୀକୃଷ୍ନ କହିଲେ ମାଙ୍କ ସମୁଖ କୁ ଏଭଳି ଯିବ ? ଲାଜ ଲାଗୁନି ତମକୁ l ତମେ ଗୋଟିଏ ବୟସ୍କ ପୁତ୍ର, ଏଭଳି ଯିବା ଶୋଭା ଦେଉନି l ଏହା ଶୁଣି ଦୁର୍ଯ୍ୟୋଧନ ଚିନ୍ତାରେ ପଡି ଯାଇଥିଲେ ଓ ନିଜର ଗୁପ୍ତାଙ୍ଗ କୁ କଦଳୀ ପତ୍ରରେ ଆବୃତ କରି ମାତା ଗାନ୍ଧାରୀଙ୍କ ସମୁଖ କୁ ଯାଇଥିଲେ l ଏହାପରେ ମାତା ଗାନ୍ଧାରୀ କିଛି ସମୟ ପାଇଁ ନିଜ ଚକ୍ଷୁରୁ ବାନ୍ଧିଥିବା ପଟି ଖୋଲି ଦେଇଥିଲେ ଓ ଗୋଟିଏ ତୀକ୍ଷଣ ଆଲୋକ ଦୁର୍ଯ୍ୟୋଧନ ଙ୍କ ସମଗ୍ର ଶରୀରରେ ପଡିଥିଲା l ସେତେବେଳେ ଗାନ୍ଧାରୀ ଦେଖିଥିଲେ ଯେ ଦୁର୍ଯ୍ୟୋଧନ ନିଜର ଗୁପ୍ତାଙ୍ଗ ଲୁଚାଇ ଦେଇଛନ୍ତି l
ଏହାପରେ ଦୁଃଖିତ ହୋଇ ଗାନ୍ଧାରୀ କହିଥିଲେ ତମ ଶରୀରର ଯେଉଁ ଅଂଶରେ ମୋର ଦୃଷ୍ଟି ପଡ଼ିନାହିଁ ତାହା ଦୁର୍ବଳ ରହି ଗଲା l ତମ ଶରୀର ର ସମସ୍ତ ଅଙ୍ଗ ବଜ୍ର ଭଳି କଠୋର ହୋଇଗଲା l ଆଜି ଯଦି ବଡ ମାନଙ୍କ କଥାକୁ ସମ୍ମାନ ଦେଇ ଥାଆନ୍ତ ତେବେ ଅଜେୟ ହୋଇ ଯାଇ ଥାଆନ୍ତ l ମୁଁ ମୋର ସେହି ଗୋଟିଏ ଦୃଷ୍ଟିରେ ନିଜର ଭକ୍ତି , ନିଜର ସତୀତ୍ଵ ଓ ମମତା ଓ ଶକ୍ତି ସବୁକିଛି ମିଶେଇ ଦେଇଥିଲି l
ଏହାର ଉତର ରେ ଦୁର୍ଯ୍ୟୋଧନ କହିଥିଲେ ମାତା ତମେ ଚିନ୍ତା କରନାହିଁ l କଲି ମୋର ଭୀମ ସହିତ ଗଦା ଯୁଦ୍ଧ ଅଛି l ଗଦା ଯୁଦ୍ଧର ନିୟମ ଅନୁସାରେ ଅଣ୍ଟା ତଳକୁ ମାରିବା ନିୟମ ନାହିଁ l ତେଣୁ ମୋର ବିଜୟ ସୁନିଶ୍ଚିତ l କିନ୍ତୁ ଶେଷରେ ଭୀମ , ଦୁର୍ଯ୍ୟୋଧନ ଙ୍କ ଦୁର୍ବଳ ଥିବା ଅଙ୍ଗ ଜଙ୍ଘ ନିକଟରୁ ଓପାଡି ଫିଙ୍ଗି ଦେଇଥିଲା l
ତେଣୁ ସେ ଭୀମ ଙ୍କ ସହିତ ଯୁଦ୍ଧ ପୂର୍ବରୁ ଦୁର୍ଯ୍ୟୋଧନ ଙ୍କୁ ଉଲଗ୍ଣ ଦେଖିବାକୁ ଇଛା କରିଥିଲେ l କିନ୍ତୁ କୃଷ୍ଣଙ୍କ ହସ୍ତକ୍ଷେପ ଦ୍ୱାରା ଦୁର୍ଯ୍ୟୋଧନ ର ସମଗ୍ର ଶରୀର ବଜ୍ର ହୋଇ ଯାଇଥିଲେ ମଧ୍ୟ ଗୁପ୍ତାଙ୍ଗ ଦୁର୍ବଳ ରହିଯାଇ ଥିଲା l