Odisha news

ଦିଗପହଣ୍ଡି ବସ୍‌ ଦୁର୍ଘଟଣା ଏସ୍‌ଆଇଟି ଦ୍ବାରା ତଦନ୍ତ ନେଇ ଏନ୍‌ଏଚ୍‌ଆର୍‌ସିରେ ପିଟିସନ୍‌

0

ବ୍ରହ୍ମପୁର, ୨୯/୬ –  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ରେ ଏକ  ପିଟିସନ୍‌ ରୁଜୁ କରିଛନ୍ତି। ଦୀର୍ଘ ୨୫ବର୍ଷର ପୁରୁଣା ବସ୍‌କୁ କିପରି ଫିଟନେସ୍‌ ମିଳିଲା ଓ ବିନା ପରମିଟ୍‌ରେ ତାହା କିପରି ଯାତ୍ରୀଙ୍କୁ ନେବା ଆଣିବା କରୁଥିଲା ବୋଲି ମିଶ୍ର ପ୍ରଶ୍ନ କରିଛନ୍ତି। ଏଥିପାଇଁ ପ୍ରଶାସନିକ ଅଧିକାରୀ ଦାୟୀ। ଏଣୁ ଏସ୍‌ଆଇଟି ଦ୍ବାରା ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ତାଙ୍କର ପିଟିସନ୍‌ରେ ଉଲ୍ଲେଖ କହିଛନ୍ତି। ସାନଖେମୁଣ୍ଡି ବ୍ଲକ୍‌ ଖଣ୍ଡଦେଉଳି ଗ୍ରାମର କନ୍ୟାଘର ପକ୍ଷ ଝିଅକୁ ଶୁଭବିଦାୟ ଦେଇ ଗତ ରବିବାର ରାତିରେ ଘରକୁ ଫେରୁଥିଲେ। ସେମାନେ ଏକ ମିନିବସ୍‌ରେ ପ୍ରାୟ ୨୮ଜଣ ଯାତ୍ରା କରୁଥିଲେ। ମିନିବସ୍‌କୁ ଖେମୁଣ୍ଡି କଲେଜ ନିକଟରେ ସମ୍ମୁଖରୁ ରାୟଗଡା ଗୁଣପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଓଏସ୍ଆର୍‌ଟିସି ବସ୍‌ ଧକ୍କା ଦେଇଥିଲା। ଏହି ଘଟଣା ଗୋଟିଏ ପରିବାରର ୮ଜଣ ସମେତ ୧୧ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ସମ୍ବେଦଶୀଳ ଘଟଣାକୁ ନେଇ  ମିଶ୍ର ଏନ୍‌ଏଚ୍‌ଆର୍‌ସିରେ ପିଟିସନ୍‌ ରୁଜୁ କରିଛନ୍ତି।

Leave A Reply