ଦୁନିଆରେ ଅଲଗା ଅଲଗା ଭୌଗଳିକ ସ୍ଥିତି ରହିଛି l ଦୁନିଆର କିଛି ଭାଗରେ ଅଧିକ ଜଙ୍ଗଲ ରହିଛି ତ ଆଉ କେଉଁଠ କମ ଜଙ୍ଗଲ ଦେଖିବାକୁ ମିଳିଥାଏ l ପୁଣି କେଉଁ ସ୍ଥାନ ପାହାଡ଼ ପରିବେଷ୍ଟିତ ତ ଆଉକିଛି ସ୍ଥାନ ମରୁଭୂମି ରେ ପୁର୍ଣ l ପୁଣି କେଉଁଠି ଖୁବ ଅଧିକ ବର୍ଷାକୁ ନେଇ ଚର୍ଚା ଧରିଥାଏ ତ ଆଉ କେଉଁଠି ବର୍ଷା ବିନ୍ଦୁଟିଏ ମଧ୍ୟ ଦେଖିବାକୁ ମିଳେନାହିଁ l ଯଦି ଆପଣଙ୍କୁ କେହି ହଟାତ ପଚାରିବେ କେଉଁଠି ଆଦୌ ବର୍ଷା ହୁଏନାହିଁ, ଆପଣଙ୍କ ମୁଣ୍ଡରେ ତୁରନ୍ତ ଆସିବ ମରୁଭୂମୀ l କିନ୍ତୁ ସେପରି ନୁହେଁ,ଯେପରିକି ଭାରତର ମେଘାଳୟ ରେ ମାସିନରାମ ଗାଁ ରେ ସବୁଠୁ ଅଧିକ ବର୍ଷ ହୋଇଥାଏ, ସେହିଭଳି ଗୋଟିଏ ଗାଁ ରହିଛି ୟମନ ଦେଶରେ , ଯେଉଁଠାରେ ଆଦୌ ବର୍ଷା ହୁଏନାହିଁ l
ଏହି ଗାଁ ଟିର ନାମ ହେଉଛି ଅଲ -ହୁତୈବ , ଏହି ଗାଁ ଟି ୟମନ ର ରାଜଧାନୀ ସନା ର ପଶ୍ଚିମ ରେ ଅବସ୍ଥିତ ଅଟେ l ଗୋଟିଏ ରିପୋର୍ଟ ଅନୁସାରେ ଏହି ଗାଁ ଟି ପୃଥିବୀ ପୃଷ୍ଠର ୩୨୦୦ ମିଟର ଉଚରେ ଅବସ୍ଥିତ l ଏହି ଗାଁଟି ଗୋଟିଏ ଖୁବ ଗରମ ଅଂଚଳ ଅଟେ l କିନ୍ତୁ ଶୀତଋତୁ ରେ ଏଠାରେ ଖୁବ ଥଣ୍ଡା ରହିଥାଏ l କିନ୍ତୁ ଯେତେବେଳେ ସୂର୍ଯ୍ୟ ଉଦୟ ହୋଇ ଥାଆନ୍ତି ତୁରନ୍ତ ଥଣ୍ଡା ମଧ୍ୟ କମିଯାଏ l ଏହାପରେ ଲୋକେ ଖୁବ ଗରମ ଅନୁଭବ କରନ୍ତି l କୁହାଯାଏ ଏହି ଗାଁ କୁ ଅନେକ ଭ୍ରମଣକାରୀ ବୁଲିବାକୁ ଓ ଦେଖିବାକୁ ଆସନ୍ତି
ଏହି ଗାଁ ଟି ସମ୍ପୂର୍ଣ ଭାବରେ କହିବାକୁ ଗଲେ ପର୍ବତ ଶିଖରରେ ଅବସ୍ଥିତ ଅଟେ , ତେଣୁ ବାଦଲ ଉପରେ ରହିଥାଏ l ଏହି ଗାଁ ଟିର ଘର ଗୁଡିକ ଖୁବ ସୁନ୍ଦର ଅଟେ ଓ ଏଠାକାର ଦୃଶ୍ୟ ମଧ୍ୟ ଖୁବ ସୁନ୍ଦର l ଏହି ଗ୍ରାମରେ ୟମନି ସମ୍ପ୍ରଦାୟ ର ଲୋକେ ବସବାସ କରନ୍ତି l ଏହି ଗାଁ ଟିର ବିଶେଷତା ହେଉଛି ଯେ ଏଠାରେ କଦାପି ବର୍ଷା ହୁଏ ନାହିଁ, ଏହାର କାରଣ ଏହି ଗାଁଟି ତଳେ ବାଦଲ ରହିଥାଏ ଓ ପାଣି ହୋଇ ମଧ୍ୟ ବରଷି ଯାଇଥାଏ l କିନ୍ତୁ ଗାଁଟି ସମ୍ପୂର୍ଣ ଶୁଖିଲା ଥାଏ l