ବାଲିଗୁଡା,୧୪/୪-; ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖଣ୍ଟି ସ୍ଥାପନ କରାଯାଇଛି । ଏଥି ନିମନ୍ତେ ପୁରୋହିତ ମାନେ ସକାଳ ସମୟରେ ଶୁଭଖୁଣ୍ଟି ଛେଦନ ନିମନ୍ତେ ନିତିକାନ୍ତିରେ ପୁଜାର୍ଚ୍ଚନା କରି ସୁନାରୀ ଶାଳକୁ ଯାଇ ସୁନା ଓ ରୁପାର କୁରାଢି କୁ ପୁଜା କରି ସେଠାରୁ ଅସ୍ଥାୟୀ ପିଠକୁ ଯାଇଥିଲେ ସେଠାରୁ ଆଗରୁ ଚୁହ୍ନଟ ହୋଇଥିବା ଶୁଭଖୁ ପାଇଁ ଇଲେକ୍ଟ୍ରିସାହିଲୁ ଯାଇ ଚିହ୍ନଟ ହୋଇଥିବା ବାଉଁଶ ଗଛତଳେ ପୁଜାଚର୍ଚ୍ଚନା କରି ତାହାକୁ ଛେଦନ କରି ପଟୁଆରରେ ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥିଲା । ମା ପାଟଖଣ୍ଡାଙ୍କ ସଂନ୍ଧ୍ୟାଆଳତୀ ପରେପରେ ଅଣାଯାଇଥିବା ଶୁଭଖୁ କୁ ମହାଆଡମ୍ବରରେେ ଅସ୍ଥାୟୀ ପୀଠ ମା ବରାଳ ଦେବୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିଥି ଭାବେ ସ୍ଥାନୀୟ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ ଯୋଗଦେଇ ଶୁଖଖଣିୁ କୁ ଧରି ଅସ୍ଥାୟୀପିଠ ଅଭିମୁଖେ ବାହାରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାଅଡମ୍ବରେରେ ଘୋଡା,ଗାଇ,ବାଘ ନାଟସହ ହନୁମାନ ପଟୁଆରେ ଓ ବିଭିନ୍ନ ପଟୁଆର ସମେତ ଆତସବାଜି ଫୁଟାଇ ଯାତ୍ରାକୁ ରଂଜିତ କରିଥିଲେ । ।ସାସ୍ଥାୟୀ ପିଠରେ ପହଁଚିବାପରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନା କରି ଶୁଭଖଣିୁ ସ୍ଥାପନ କରାଯଇଥିଲା । ଆସନ୍ତା ଏପ୍ରିଲ ୨୩ ତାରିଖଅକ୍ଷୟତୃତୀୟା ଠାରୁ ମେ ମାସ ୧୩ ପର୍ଯ୍ୟନ୍ତ ମା ପାଟଖଣ୍ଡାଙ୍କ ଐତିହ ଠାକୁରାଣୀ ଯାତ୍ରା ଅନୁଷ୍ଠିତ । ହେବ ଉକ୍ତ କାର୍ଯ୍ୟକ୍ରମ ମା ପାଟଖଣ୍ଡା ଦୁିର୍ଗାପୁଜା ସମିତି ଆନୁକୁଲ୍ୟରେ ଆୟୋଜିତ କରାଯାଉଛି । ଏହି ସମିତିର ସଭାପତି ଲୋକନାଥ ପାଢୀ,ସହସମ୍ପାଦକ ଭଗବତୀ ପ୍ରାସଦ ସାବତ,ସୁଜିତ ପାଳ, କୋଷାଦକ୍ଷ ନାଗେଶ୍ୱର ରାଓ,ମଦନ ମୋହନ ପାଢ ଓଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ବେଳେ ଦେଶିବେହେରା ଭାବେ ଟିଶ୍ରୀନିବାସ ଦୋରା ଓ ତାଙ୍କଧର୍ମପନôୀ ମୁଖ୍ୟ ଘଟ ଧରିବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାର ପୁରୋହିତ ଓ ପୁଜକ ଭାବେ ଫୁଲାବାଣୀର ପୁରୋହତ ସଂଜୟ କୁମାର ଦାସ,ଶ୍ରୀକାନ୍ତ ପଣ୍ଡା,ସନ୍ତୋଷ କୁମାର ଦାସ.ନିଳକଣ୍ଠ ମିଶ୍ର ,ଟୁଲୁ ପାଢୀ ଓ ବାଲିଗୁଡା ପୁରୋହିତ ପୁର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପୁଜାକାର୍ଯ୍ୟ ସମ୍ପାଦନା କରୁଛନ୍ତ ।