ଭାରତ ମାତା ର ବିଜୟ ଗାଥା ଯେତେ ବଖାଣିଲେ ମଧ୍ୟ ଆମକୁ କମ ଲାଗିବ l କାହିଁକି ନା ଏଭଳି ଅନେକ ଅଜଣା କଥା ରହିଛି ଯାହା ଅନେକ ଭାରତୀୟ ଜାଣି ନଥିବେ l ଭାରତ ଦୀର୍ଘ ୨୦୦ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ଅଧୀନ ରେ ଶାସନ ହେବା ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ସ୍ୱାଧୀନତା ଲାଭ କରିଥିଲା l ପରାଧୀନ ଭାରତର ସ୍ୱାଦୁକୁ ଯେଉଁ ଭାରତୀୟ ମାନେ ଅନୁଭବ କରିଛନ୍ତି, ସେମାନେ ହିଁ କେବଳ ଭାରତ ମାତା ସୁଯୋଗ୍ୟ ପୁତ୍ର ହୋଇ ଉନ୍ନତି ପଥରେ ଆଗେଇ ନେଇ ଯାଇଛନ୍ତି l ଆଜି ଭାରତ ବିଜ୍ଞାନ, ଶିକ୍ଷା, ଉଦ୍ୟୋଗ, କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିଶ୍ୱ ଦରବାରରେ ଦେଖାଇ ପାରିଛି l ସେହି ପ୍ରଗତୀ କ୍ଷେତ୍ରରେ ସମାଜ ପାଇଁ ରହିଛି ଅନେକ ଯୁଗ ପୁରୁଷ ଙ୍କ ଅବଦାନ l ଆସନ୍ତୁ ଆଜି ଜାଣିବା ସେହିଭଳି ବିଶେଷ ବ୍ୟକ୍ତି ଙ୍କ ବିଷୟରେ l
– ୧ – ଡକ୍ଟର ଭାଭା – ମହାନ ବୈଜ୍ଞାନିକ ଡକ୍ଟର. ଭାଭା ଙ୍କୁ ଭାରତ ରେ ପରମାଣୁ ଉର୍ଜା ର ଜନକ ବୋଲି କୁହାଯାଇ ଥାଏ l ସେ ଅକ୍ଟୋବର ୩୦, ୧୯୯୦ ରେ ମୁମ୍ବାଇ ର ଗୋଟିଏ ଧନୀ ପାର୍ସୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ l ସେ କେବଳ ଜଣେ ବୈଜ୍ଞାନିକ ନଥିଲେ ଜଣେ ବହୁମୁଖି ପ୍ରତିଭା ମଧ୍ୟ ଥିଲେ l ଡକ୍ଟର ଭାଭା ଙ୍କ ବ୍ୟକ୍ତିତ୍ୱ ଏଭଳି ଥିଲା ଯେ ନୋବେଲ ପୁରସ୍କାର ବିଜେତା ତାଙ୍କୁ ଭାରତ ର ଲିଓନାଡ଼ ଦାବିଞ୍ଚ କହି ସମ୍ବୋଧନ କରୁଥିଲେ l ଭାଭା ଙ୍କ ସମ୍ପୂର୍ଣ ନାମ ଥିଲା ହୋମି ଜାହାଙ୍ଗୀର ଭାଭା l ତାଙ୍କର ତ୍ରିସ୍ତରୀୟ ପରମାଣୁ ଉର୍ଜା କାର୍ଯ୍ୟକ୍ରମ ଆଜି ମଧ୍ୟ ରଣନୀତି ର ଗୋଟିଏ ଅଂଶ ହୋଇ ରହିଛି l କୁହହେ ଯେ ହୋମି ଜାହାଙ୍ଗୀର ଭାଭା ଙ୍କ ମୃତ୍ୟୁ ପଛରେ ଆମେରିକା ଗୋଇନ୍ଦା ବିଭାଗର ହାତ ରହିଥିଲା l ଭାରତର ନ୍ୟୁକ୍ଲିଅର ଏନର୍ଜି ପଗ୍ରାମ କୁ ଅଟକାଇବା ପାଇଁ ଭlଭl ଙ୍କୁ ଷଡଯନ୍ତ୍ର ଦ୍ୱାରା ୨୪ ଜାନୁଆରୀ, ୧୯୬୬ ରେ ବୀମାନ ଦୁର୍ଘଟଣାରେ ହତ୍ୟା କରାଯାଇ ଥିଲା l ସେହି ସମୟରେ ଭାଭା ଙ୍କ ସମେତ ଆଉ ୧୧୭ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା l
– ୨ -ଡକ୍ଟର ସାରା ଭାଇ – ଡକ୍ଟର ସାରା ଭାଇଙ୍କୁ ଭାରତୀୟ ଅନ୍ତରୀକ୍ଷ ର କାର୍ଯ୍ୟକ୍ରମ ର ଜନକ ଭାବରେ ଜଣା ଯାଇଥାଏ l ସେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଅର୍ଥାତ ଇସ୍ରୋ ସ୍ଥାପନ ରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲେ l ତାଙ୍କର ପୁରା ନାମ ହେଉଛି ଡକ୍ଟର ବିକ୍ରମ ସାରା ଭାଇ, ତାଙ୍କର ଜନ୍ମ ଅଗଷ୍ଟ ୧୨, ୧୯୧୯ ରେ ଗୁଜୁରାଟ ରାଜ୍ୟ ର ଅହମଦାବାଦ ରେ ହୋଇଥିଲା l ସାରା ଭାଇ ଜଣେ ସମ୍ଭ୍ରାନ୍ତ ପରିବାରର ବ୍ୟକ୍ତି ଥିଲେ, ଭାରତ ରେ ଇଣ୍ଟରମିଡିଏଟ ଶିକ୍ଷା ସେହି ସମୟରେ ଗ୍ରହଣ କରିବା ପରେ ୧୯୩୭ ରେ ଇଂଲଣ୍ଡ ଯାଇ ସେଠାରେ କେମ୍ବ୍ରିଜ ରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ l ୧୯୪୦ ରେ ସେ ପ୍ରାକୃତିକ ବିଜ୍ଞାନ ରେ ଟ୍ରାଇପୋଜ ଡିଗ୍ରୀ ଗ୍ରହଣ କରି ଥିଲେ l ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାରୁ ଭାରତ ଫେରି ଆସିଥିଲେ ଓ ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ରେ କାର୍ଯ୍ୟ କରିବାକୁ ଲାଗିଥିଲେ l
– ୩ – ଡକ୍ଟର ସ୍ୱାମୀନାଥନ – ମହାନ କୃଷି ବୈଜ୍ଞାନିକ ଭାବରେ ଜଣାଶୁଣା ଅଟନ୍ତି ଡକ୍ଟର ସ୍ୱାମୀନାଥନ, ତାଙ୍କୁ ଭାରତରେ ହରିତ କ୍ରାନ୍ତିର ଜନକ ଭାବରେ ଗ୍ରହଣ କରାଯାଏ l ତାଙ୍କ ଦ୍ୱାରା ଦିଅ ଯାଇଥିବା ହରିତ କ୍ରାନ୍ତି ଜରିଆରେ ଦେଶ ଭୋଜନ ର ଅଭାବ କୁ ଦୂର କରିବାରେ ସକ୍ଷମ ହୋଇ ପାରିଛି l ତାଙ୍କ ପୁରା ନାମ ହେଉଛି ମନକୋମ୍ବୁ ସଂବାସୀଵନ ସ୍ୱାମୀନାଥନ, ତାଙ୍କ ଜନ୍ମ ଅଗଷ୍ଟ ୭, ୧୯୨୫ ତାମିଲନାଡୁ ର କୁମ୍ଭକୋଣମ ରେ ହୋଇଥିଲା l ଯିଏ କି ପ୍ରଥମ କୃଷି ବୈଜ୍ଞାନିକ ଥିଲେ ଯିଏ କି ମେକ୍ସିକୋ ର ଶସ୍ୟ କୁ ପଞ୍ଜାବ ର ଘରୋଇ କିସମ ସହିତ ମିଶ୍ରିତ କରି ଉଚ୍ଚ ମନର ଗହମ ଉତ୍ପାଦନ କରିବାରେ ସଫଳ ହୋଇଥିଲେ l
– ୪ – ଡକ୍ଟର ବର୍ଗୀସ କୁରିୟନ – ଯାହାଙ୍କୁ ଭାରତ ଶ୍ୱେତ କ୍ରାନ୍ତିର ଜନକ ଭାବରେ ଜାଣିଥିଲା l ଯିଏ କି ଭାରତକୁ ସର୍ବାଧିକ ଦୁଗ୍ଧ ଉତ୍ପାଦକ ଦେଶ କରିବା ପାଇଁ ଶ୍ୱେତ କ୍ରାନ୍ତି ଆଣିଥିଲେ l ଅମୁଲ କମ୍ପାନୀର ଜନ୍ମଦାତା ବୋଲି ତାଙ୍କୁ କୁହାଯାଇ ଥାଏ l ୧୯୨୧ ମସିହା ନଭେମ୍ବର ୨୬ ତାରିଖ ରେ କେରଳ ର କୋଝିକୋଡ଼ ରେ ଜନ୍ମ ଗ୍ରହଣ କରିଥିଲେ ଡକ୍ଟର ବର୍ଗିସ କୂରିୟନ l ନିଜର ସୁଦକ୍ଷ କାର୍ଯ୍ୟ ପାଇଁ ସେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା l
-୫ – ଫକୀର ଚନ୍ଦ କୋହଲି – ଯିଏକି ଆଜିର ଆଧୁନିକ ଦୁନିଆର ସବୁଠୁ ବଡ଼ ଆଇଟି କମ୍ପାନୀ TCS ର ସ୍ଥାପନା କରିଥିଲେ l ସେଥିପାଇଁ ଫକୀର ଚନ୍ଦ କୋହଲି ଙ୍କୁ ସଫ୍ଟୱେୟାର ଇଣ୍ଡଷ୍ଟ୍ରି ର ପିତାମହ ବୋଲି କୁହାଯାଇ ଥାଏ lଯିଏ କି ଟାଟା କନ୍ସଲଟାନ୍ସି ସର୍ଭିସେସ ଅର୍ଥାତ ଟିସିଏସ ର ପ୍ରଥମ ସିଇଓ ଥିଲେ l ସେ ଭାରତର ଆଇଟି ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ପିଢ଼ି ତିଆରି କରିଦେଇ ଯାଇଛନ୍ତି କହିଲେ ଚଳେ l କୋହଲି ପେଶୱାର ରେ ୧୯ ମାର୍ଚ୍ଚ ୧୯୨୪ ରେ ଜନ୍ମ ଗ୍ରହଣ କରିଥିଲେ, ଯାହାକି ବର୍ତମାନ ପାକିସ୍ତାନ ରେ ଅବସ୍ଥିତ l ତାଙ୍କୁ ୨୦୦୨ ରେ ଭାରତୀୟ ସଫ୍ଟୱୟାର ଉଦ୍ୟୋଗ ରେ ଯୋଗଦାନ ପାଇଁ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ରେ ସମ୍ମାନିତ କରାଯାଇ ଥିଲା l
