ଜୁନ୍ ୨୧ ସୂର୍ଯେ୍ୟାପରାଗ ପୂର୍ବାହ୍ନ ଘ ୧୦.୨୦ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ଘ ୦୧.୩୯ରେ ଶେଷ ହେବ । କିନ୍ତୁ ଏହାର ସୂତକ (ଜନ୍ମ) କାଳ ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଜୁନ୍ ୨୦ ଶନିବାର ରାତି ୧୦.୨୦ରୁ ଆରମ୍ଭ ହୋଇ ପରାଗ ସହିତ ସମାପ୍ତ ହେବ । ଏହି ପରାଗ ଭାରତ, ଚୀନ୍, ନେପାଳ, ପାକିସ୍ତାନ, ସାଉଦିଆରବ,ୟୁଏଇ, ଇଥିଓପିୟା, ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ ଓ କଙ୍ଗୋ ସମେତ ଆଫ୍ରିକା ମହାଦେଶର ଆଉ କେତେକ ଅଂଶରେ ଦୃଶ୍ୟମାନ ହେବ । ସେଦିନ ଦୁଇଟି ବଡ଼ ଖଗୋଳୀୟ ଘଟଣା ଘଟିବ । ପ୍ରଥମତଃ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଅବସ୍ଥାନ କରିବ ଚନ୍ଦ୍ର । ଫଳତଃ ସୂର୍ଯ୍ୟର ଅର୍ଦ୍ଧାଧିକ ଅଂଶ ପୃଥିବୀକୁ ଦୃଶ୍ୟ ହେବ ନାହିଁ । ପରାଗ ଚରମ ପର୍ଯ୍ୟାୟକୁ ଗଲେ ୧୯୯୫ ଅକେଫାବରର ପରାଗ ଭଳି ସୂର୍ଯ୍ୟ ଏକ ହୀରାମୁଦି ଭଳି ଦେଖାଯିବ ଯାହାକୁ ରିଙ୍ଗ୍ ଅଫ୍ ଫାୟର ମଧ୍ୟ କୁହାଯାଏ । ଦ୍ୱିତୀୟତଃ ସୂର୍ଯ୍ୟ କର୍କଟ ରେଖାର ଠିକ୍ ଉପରେ ଅବସ୍ଥାନ କରିବା ଯୋଗୁ ଜୁନ୍ ୨୧ ହେବ ବର୍ଷର ସବୁଠାରୁ ବଡ଼ ଦିନ । ରାହୁଗ୍ରସ୍ତ ପରାଗ: ଜ୍ୟୋତିଷ ମତରେ ଜୁନ୍ ୨୧ ରବିବାର ସୂର୍ଯ୍ୟଗ୍ରହଣ କାଳରେ ଗ୍ରହମାନଙ୍କର ଏପରି ସ୍ଥିତି ରହିବ ଯାହା ଗତ ୫୦୦ ବର୍ଷ ଭିତରେ କେବେ ହୋଇ ନ ଥିଲା । ଆଷାଢ଼ ମାସର ଏହି ସୂର୍ଯେ୍ୟାପରାଗ ସମୟରେ ୬ଟି ଗ୍ରହ ଏକସଙ୍ଗେ ବକ୍ରି ରହିବେ । ପୁନଶ୍ଚ ଏହା ହେବ ରାହୁଗ୍ରସ୍ତ ପରାଗ । ମିଥୁନ ରାଶିରେ ରାହୁ ରବି ଓ ଚନ୍ଦ୍ରଙ୍କୁ ପୀଡ଼ା ଦେବେ । ମଙ୍ଗଳ ଜଳତତ୍ତ୍ୱର ରାଶି ମୀନରେ ଅଛନ୍ତି ଏବଂ ମିଥୁନ ରାଶିର ଗ୍ରହମାନଙ୍କ ଉପରେ ଦୃଷ୍ଟି ପାକଉଛନ୍ତି । ଏହିଦିନ ବୁଧ, ବୃହସ୍ପତି, ଶୁକ୍ର ଓ ଶନି ବକ୍ରି ରହିବେ । ରାହୁ ଓ କେତୁ ସର୍ବଦା ବକ୍ରି ଥାନ୍ତି । ଅତଏବ୍ ଏହି ୬ ଗ୍ରହଙ୍କ ସ୍ଥିତିଦୃଷ୍ଟିରୁ ରବିବାରର ପରାଗର ବିଶିଷ୍ଟତା ରହିଛି । ଜ୍ୟୋତିଷ ମତରେ ଭାରତ ତଥା ସମଗ୍ର ପୃଥିବୀ ପାଇଁ ଏ ପରାଗ ହାନିକାରକ ହେବ । କାରଣ ପରାଗ ଉପରେ ମଙ୍ଗଳଙ୍କ ଦୃଷ୍ଟି ପଡ଼ୁଥିବାରୁ ଦେଶରେ ଗଣ୍ଡଗୋଳ, ପୋଡ଼ାଜଳା, ବିବାଦ ଓ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବ । ଆଷାଢ଼ରେ ପରାଗ ପଡ଼ୁଥିବାରୁ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, କଶ୍ମୀର ଓ ଦିଲ୍ଲୀ ରାଜ୍ୟ ଉପରେ ଏହାର ପ୍ରଭାବ ଅଧିକ ହେବ । ଚୀନ୍ ଓ ଆଫଗାନିସ୍ତାନ ପାଇଁ ସୂର୍ଯେ୍ୟାପରାଗ ଅଶୁଭ ।