Odisha news

ଟିକ୍‍ଟକ୍‍ ଷ୍ଟାର୍‍ ଦିବ୍ୟାଙ୍ଗ

0

ବହୁତ କମ୍‍ ଲୋକ ଅଛନ୍ତି ଯେଉଁମାନେ ଅନେକଙ୍କ ପାଇଁ ଆଦର୍ଶ ଉଦାହରଣ ପାଲଟିଯାନ୍ତି । କୋଲବି ଭ୍ୟାନ୍‍ ବୁରିସ୍‍ (୨୪) ନାମକ ଦିବ୍ୟାଙ୍ଗ ଏବେ ସୋସାଲ ମିଡିଆ ଷ୍ଟାର୍‍ । ସେ ଟିକ୍‍ଟକ୍‍ରେ ଅନେକ ଭିଡିଓ ପୋଷ୍ଟ କରନ୍ତି । ଟିକ୍‍ଟକ୍‍ରେ ନିଜ ନାଁ ରଖିଛନ୍ତି “ଆର୍ମଲେସ୍‍ ଫ୍ରିକ୍‍…’ । କୋଲବି କେତେକ ଅଙ୍ଗ ବିନା ଜନ୍ମ ହୋଇଛନ୍ତି । ହେଲେ ଏହାର ପ୍ରଭାବ ସେ ତାଙ୍କ ଆତ୍ମବିଶ୍ୱାସ ଉପରେ ପଡ଼ିବାକୁ ଦେଇନାହାନ୍ତି । ସେ ଥ୍ରୋମ୍‍ବୋସିଟୋଫେନିଆ ଆବସେଣ୍ଟ୍‍ ରେଡିୟସ୍‍ ସିଣ୍ଡ୍ରୋମରେ ପୀଡ଼ିତ । ଏଥିଯୋଗୁ ହାଡ଼ର ବିକାଶ ହୋଇ ନ ଥାଏ । ନିଜକୁ ପରିହାସ କରିବା ସହ ଲୋକଙ୍କୁ ହସାଇବା ପିଲାଦିନୁ ତାଙ୍କର ବହୁତ ପସନ୍ଦ । ଟିକ୍‍ଟକ୍‍ରେ ତାଙ୍କର ୮୨ ହଜାରରୁ ଅଧିକ ଫଲୋୟର୍‍ ।

Leave A Reply