କରୀନା କପୁର ଖାନ୍ ଚଳିତ ମାସରେ ଇଣ୍ଡଷ୍ଟ୍ରୀରେ ୨୦ ବର୍ଷ ପୂରା କରିଛନ୍ତି । ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରି ଦର୍ଶକଙ୍କ ସହ ସମୀକ୍ଷକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ପାଠପଢ଼ାରେ ଇଚ୍ଛା ନ ଥିବାବେଳେ କରୀନା ପିଲାଦିନୁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । କିନ୍ତୁ ଏକ ସମୟରେ ପୁନଶ୍ଚ ଓକିଲ ହେବାକୁ ଇଚ୍ଛା ରଖିଥିଲେ । କରୀନା ଏକ ଇଭେଣ୍ଟରେ କହିଥିଲେ, ପଢ଼ାରେ ତାଙ୍କର କେବେ ବି ଇଚ୍ଛା ନ ଥିଲା । ସେ ଭଉଣୀ କରିସ୍ମାଙ୍କ ସହ ସେଟ୍କୁ ଯିବାକୁ ଅଧିକ ପସନ୍ଦ କରୁଥିଲେ । ସଲମାନ ଖାନ୍ଙ୍କ ସହ କାମ କରିବା ଥିଲା ବେବୋଙ୍କ ପିଲାଦିନର ସ୍ୱପ୍ନ । ଓକିଲ ହେବାର ଇଚ୍ଛା ଅଭିନେତ୍ରୀ ହେବାର ଇଚ୍ଛା ଆଗରେ କମଜୋର୍ ପଡ଼ିଗଲା । କରୀନା ୨୦୦୦ରେ ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ “ରିଫୁ୍ୟଜି’ରେ ବଡ଼ ପର୍ଦ୍ଦାରେ ନଜର ଆସିଥିଲେ । ସେ ଶେଷଥର “ଅଙ୍ଗ୍ରେଜି ମିଡିୟମ୍’ରେ ନଜର ଆସିଥିଲେ ।