Odisha news

ଛତ୍ରପୁର ଏନଏସି ପକ୍ଷରୁ କୋଭିଡ -୧୯ ନୀୟମ ମାନିବା ଉପରେ ଲୋକଙ୍କୁ ସଚେତନତା

0
ଛତ୍ରପୁର : ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢି ବଢି ଚାଲିଛି । ତଥାପି କିଛି ଲୋକ ଅମାନିଆ ଅବୁଝା ହେଉଛନ୍ତି । ସଟ ଡାଉନ , ଲକ ଡାଉନ ଚାଲିଥିବା ବେଳେ ସରକାର ଓ ଜିଲ୍ଲାପ୍ରଶାସାନର ନୀୟମକୁ ଉଲ୍ଲଘଂନ କରି ରାସ୍ତାରେ ଚଳପ୍ରଚଳ ହେଉଛନ୍ତି । ଏପରି ଆଉ କିଛି ମାସ୍କ ପରିଧ।।ନ କରୁନଥିବା ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁନାହାନ୍ତି । ଏନେଇ ପ୍ରଶାନିକ ଅଧିକାରୀଙ୍କ ଠାରୁ ଆରମ୍ଭ ବହୁ ସାମାଜିକ ସଂଗଠନ ପକ୍ଷରୁ କୋଭିଡ -୧୯ ନୀୟମକୁ ପାଳନ କରିବା ନିମନ୍ତେ ବାରମ୍ବାରା ସଚେତନତା କରାଯାଉଛି ।
ଏହାସହିତ ଡାକ ବାଜି ଯନ୍ତ୍ର ଦ୍ୱାରା ମଧ୍ୟ ପ୍ରଚାର କରାଯାଉଛି । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଏନଏସି ପ୍ରଶାସନ ପକ୍ଷରୁ ନୀୟମିତ ଭାବେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଥିବା ବେଳେ ପୁଲିସ ଓ ପ୍ରଶାସନିକ ଅଧିକାରି ମାନେ ମଧ୍ୟ ସଚେତନ କରିଆସୁଛନ୍ତି । ଏପରି ମୂହର୍ତ୍ତ ମଧ୍ୟ ଅମାନିଆ ମାନେ କୋଭିଡ-୧୯ ନୀୟମ କୁ ଫୁ କରି ବୁଲୁଥିବା ଦେଖିବବାକୁ ମିଳୁଥିବା ବେଳେ କେତେକ ବାଇକଧାରୀ ମାନେ ମଧ୍ୟ ବୁଲୁଛନ୍ତି । ଏନଏସି ପ୍ରଶାସନ ପକ୍ଷରୁ ଯେଉଁ ମାନେ ଏହି ନୀୟମକୁ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୋରିମାନା ଆଦାୟ କରାଯାଉଛି ।
ଶୁକ୍ରବାର ଛତ୍ରପୁର ସହରରେ ଏନଏସି ଓ ପୁଲିସର ମିଳିତ ଭାବେ ବିଭିନ୍ନ ସାହି ଗଳି କନ୍ଦି ପଇତରା ମାରି ଅମାନିଆକୁ ସଚେତନତା କରାଯିବା ସହ ଲୋକମାନେ ଏବଂ ବ୍ୟବସାୟୀ ମାନେ କିପରୀ କୋଭିଡ -୧୯ ନୀୟମ ଅନୁସାରେ କାର୍ଯ୍ୟକରିବାକୁ କୁହାଯାଇଛି । ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ ଡାଉନ ଉପରେ ମଧ୍ୟ କୁହାଯାଇଛି । ଏଥିରେ ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଷ ବାବୁ ଓ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଏବଂ ପୁଲିସ କର୍ମଚାରୀ ଓ ଏନଏସି କର୍ମଚାରୀ ମାନେ ସାମିଲ ହୋଇ ସହରବାସୀ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ଲୋକମାନଙ୍କୁ ସଚେତନ କରିଥିଲେ ।

Leave A Reply