ଗୁଜରାଟର ଜାମନଗରରେ ଆଣଦାବାବା ସେବା ସଂସ୍ଥାନ ଗାଈ ଗୋବରରୁ କାଠ ତିଆରି ଆରମ୍ଭ କରି ରାଜସ୍ୱର ନୂଆ ଉତ୍ସ ସନ୍ଧାନ କରିପାରଛି । ସାଧାରଣତଃ ଗଛ କାଠ ୧୨-୧୫% ନରମ ହୋଇଥିବା ବେଳେ ଗୋ-କାଠ ମାତ୍ର ୨-୩% ନରମ । ଏହାର କ୍ୟାଲୋରିଫିକ୍ ଭାଲୁ୍ୟ ୮୦୦୦ କିଲୋଜୁ୍ୟଲ୍ସ । ଔଦ୍ୟୋଗିକ ଆବଶ୍ୟକତା
ଅନୁସାରେ କାଠ ଓ କୋଇଲା ବ୍ୟବହାରରେ ଏହାର କ୍ୟାଲୋରିଫିକ୍ ଭାଲୁ୍ୟ ବଢ଼ାଯାଇପାରିବ । ଜାମନଗରର ଶରଦଭାଇ ଶେଠ୍ କୁହନ୍ତି, ଏକ ମେଶିନ ସାହାଯ୍ୟରେ ଆମେ କାମ କରୁଛୁ । କାଠ ତିଆରି ପାଇଁ ପ୍ରତିଦିନ ୧୦୦୦ ଟନ୍ ଗୋବର ଲାଗୁଛି । ଗୋ-କାଠରେ ଛେଦ ଥିବାରୁ ଶୁଖିବାକୁ କମ୍ ସମୟ ଲାଗୁଛି । ଆଉ ୫ଟି
ରାଜ୍ୟରେ ମଧ୍ୟ ଗୋବର କାଠ ତିଆରି ହେଉଛି । ଏହା ପର୍ଯ୍ୟାବରଣ ସନ୍ତୁଳନରେ ସାହାଯ୍ୟ କରିବ ।
Prev Post
Next Post