Odisha news

ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ

0

ଭୁବନେଶ୍ୱର, ୨୯।୧ : ଗୁରୁବାର ଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ତେବେ ଦେଶର ଅନ୍ୟ ପ୍ରାନ୍ତରେ ଶୁକ୍ରବାରରୁ ୩ ଦିନ ବନ୍ଦ ରହିବ । ଆସନ୍ତାକାଲି ସରସ୍ୱତୀ ପୂଜା ପାଇଁ ଓଡ଼ିଶାରେ ଛୁଟି ଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ୟୁନିଅନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନର ଡାକରା ଦିଆଯାଇଛି । ଏଥିରେ ଓଡ଼ିଶାରେ ଥିବା ବ୍ୟାଙ୍କ ସଂଗଠନ ଗୁଡ଼ିକ ସାମିଲ ହେବେ । ତେଣୁ ୨ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ସେହିପରି ଫେବୃଆରୀ ୨ ରବିବାର ଥିବାରୁ ବ୍ୟାଙ୍କ ସ୍ୱାଭାବିକ ଭାବେ ଛୁଟି । ଯଦି ସରକାର ବ୍ୟାଙ୍କ କର୍ମଚାରୀଙ୍କ ଦାବି ଶୁଣିବେ ନାହିଁ ତେବେ ଏପ୍ରିଲରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ହରତାଳ କରାଯିବ ।

Leave A Reply