Odisha news

ଜେଡିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର

0

ନୂଆଦିଲ୍ଲୀ, ୨୯।୧ : ନାଗରିକ ସଂଶୋଧନ ଆଇନ୍‌ (ସିଏଏ), ଜାତୀୟ ରେଜିଷ୍ଟର ନାଗରିକ (ଏନ୍‌ଆର୍‌ସି)କୁ ନେଇ ନୀତିଶ୍‌ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁରେ ଝଡ ସୃଷ୍ଟି ହୋଇଛି । ଉଲ୍ଲେଖନୀୟ ଘଟଣାକ୍ରମରେ ଜେଡିୟୁ ମୁଖ୍ୟ ନୀତିଶ୍‌ କୁମାର ବୁଧବାର ଦଳର ଉପସଭାପତି ପ୍ରଶାନ୍ତ କିଶୋର ଓ ଅନ୍ୟ ବରିଷ୍ଠ ନେତା ପୱନ ବର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହଷ୍କାର କରିଛନ୍ତି । ଅପରପକ୍ଷରେ ପ୍ରଶାନ୍ତ କିଶୋର ନୀତିଶ କୁମାରଙ୍କୁ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀଭାବେ ସେ ରହିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ତେବେ ପ୍ରଶାନ୍ତ ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି । ସିଏଏକୁ ନେଇ ଜେଡିୟୁରେ ଅସନ୍ତୋଷ ଦେଖାଦେଇଛି । ପ୍ରାୟ ଏକ ମାସ ହେବ ଦଳର ଏହି ଦୁଇ ନେତା ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିବାରେ ଲାଗିଛନ୍ତି । ଏପରିକି ଜେଡିୟୁ ସିଏଏକୁ ସମର୍ଥନ କରିଥିବାରୁ ପ୍ରଶାନ୍ତ କିଶୋର ଏହା ବିରୋଧରେ ମନ୍ତବ୍ୟ ରଖିଥିଲେ ।

Leave A Reply