ବୋରିଗୁମ୍ମା- ସରକାର ଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ଅନୁଷ୍ଠାନ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସହାୟତା ର ହାତ ବଡାଉ ଥିବା ବେଳେ ବୋରିଗୁମ୍ମା ଆନ୍ଧ୍ର ବ୍ୟାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସହଯୋଗ ର ହାତ ବଡାଇଛି। ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଋଣ ନିମନ୍ତେ ଆବେଦନ କରିଥିଲେ ହେଁ ବ୍ୟାଙ୍କ କୁ ଧାଇଁ ଧାଇଁ ଋଣ ପାଉ ନ ଥିଲେ। କିନ୍ତୁ ଆନ୍ଧ୍ର ବ୍ୟାଙ୍କ , ବୋରିଗୁମ୍ମା ଶାଖା ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଉସ୍ଛାହିତ କରାଯାଇ ସେମାନଙ୍କୁ ସ୍ୱାବଲମୀ ହେବା ନିମନ୍ତେ ଋଣ ପ୍ରଦାନ କରିଛନ୍ତି। ବୋରିଗୁମ୍ମା ପଂଚାୟତ ଅଧିନ ଦେଉଳଗୁଡା ଗ୍ରାମର ମା ଡାଲଖାଇ ସ୍ବୟଂ ସହାୟକ ଗୋଷ୍ଠୀ ଦଶ ଜଣ ସଦସ୍ୟା କୁ ନେଇ ଗଠିତ। ସେମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ପରେ ବୋରିଗୁମ୍ମା ଆନ୍ଧ୍ର ବ୍ୟାଙ୍କ ରେ ନିଜ ର ଗ୍ରୁପ ର ଆକାଉଣ୍ଟ ଖୋଲିଥିଲେ। ପରେ ଆନ୍ଧ୍ର ବ୍ୟାଙ୍କ ର ଶାଖା ପରିଚାଳକ ଧର୍ମେନ୍ଦ୍ର ସାହୁ ମା ଡାଲଖାଇ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏକ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ନିଜ ଗାଁ ପୋଖରୀ ରେ ମାଛ ଚାଷ କରିବେ ବୋଲି ସ୍ବୟଂ ସହାୟକ ଗୋଷ୍ଠୀ ର ସଭାପତି ନନ୍ଦିନୀ ପାତ୍ର ଓ ସମ୍ପାଦକ ରୁନି ପାଇକ କହିଛନ୍ତି। ଆଗାମୀ ଦିନରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏହିପରି ଭାବେ ସହଯୋଗ କରାଯିବ ବୋଲି ଆନ୍ଧ୍ର ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସାହୁ କହିଛନ୍ତି।