Odisha news

ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ 

0

ବାଲିପାଟଣା: ବାଲିପାଟଣା ବ୍ଲକ ଦେଉଳିଧରପୁର ଗ୍ରାମପଚାଂୟତ ଅନ୍ତର୍ଗତ ଅଭୟମୁଖି ସ୍ଥିତ ବରାହୀ ଉଚ୍ଚ ବିଦ୍ୟାଳୟର ୧୯୭୩ ବ୍ୟାଚର ବନ୍ଧୁମିଳନ ଉତ୍ସବ ପୁରାତନ ଛାତ୍ର ରମେଶ ଚନ୍ଦ୍ର ମାଣିଆଙ୍କ ସଭାପତିତ୍ୱରେ ଗତ ବୁଧବାର ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖୟ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାମୋଦର ସାହୁ ଯୋଗଦେଇ ଶିକ୍ଷକ ଓ ଛାତ୍ରମାନଙ୍କ ସ୍ନେହ ଓ ଶ୍ରଦ୍ଧାସମ୍ପର୍କରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ବେହେରା , ସଚ୍ଚିତାନନ୍ଦ ପାତ୍ର, ବୃନ୍ଦାବନ ସାସ୍ମଲ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷକ ମାନଙ୍କଦୁ ଉତରିୟ ଓ ପୁଷ୍ପଗୁଚ୍ଛ ଦେଇ ସେ ସମ୍ପର୍କିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ଶତପଥି, ରମେଶ ଚନ୍ଦ୍ର ଖୁଂଟିଆ, ଶିବ ପ୍ରସାଦ ଶତପଥି, ସହଉଦ୍ଦିନ ଖାଁ, କାର୍ତିକ ଷଡଙ୍ଗୀ ପ୍ରଭୁତି ଉପସ୍ଥିତ ରହି ଛାତ୍ର ଜୀବନର ସ୍ମୃତିକୁ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଦ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭାବ ଆଦାନ ପ୍ରଦାନ କରିଥିଲେ ।

 

Leave A Reply