ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ଜଣ ରେଳ କର୍ମଚାରୀଙ୍କୁ ପୂର୍ବ ତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା
ସମ୍ବର୍ଦ୍ଧିତ ରେଳ କର୍ମଚାରୀମାନେ ହେଲେ:
୧. ଶ୍ରୀମତୀ ବନ୍ଦିତା ସାହୁ, ପଏଣ୍ଟସମ୍ୟାନ୍-ଏ, ମାନେଶ୍ୱର ଷ୍ଟେସନ୍, ସମ୍ବଲପୁର ମଣ୍ଡଳ।
୨. ଶ୍ରୀ ଅଭିଜିତ ଦାସ, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।
୩. ଶ୍ରୀ କୁସମାଲ ହାନ୍ତାଳ, ଟ୍ରାକ୍ ମେଣ୍ଟେନର୍-୧, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।
୪. ଶ୍ରୀ ପେଦଲାପୁ ନୁକା ରାଜୁ, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।
୫. ଶ୍ରୀ ଆଶିଷ କୁମାର ସରକାର, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।
୬. ଶ୍ରୀ ଗୋପୀନାଥ ମୁଦୁଲି, ଟ୍ରାକ୍ ମେଣ୍ଟେନର୍-୩, SSE/P.Way/ଜୟପୁରଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।
ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ଏହି ରେଳ କର୍ମଚାରୀମାନେ ପ୍ରଶଂସନୀୟ ସତର୍କତା ପ୍ରଦର୍ଶନ କରି ଟ୍ରେନ୍ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମ୍ପୃକ୍ତ ରେଳ ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିଥିଲେ। ସେମାନଙ୍କ ଦ୍ୱାରା ଚିହ୍ନଟ ସମସ୍ୟାଗୁଡ଼ିକ ମଧ୍ୟରେ ଟ୍ରେନ୍ର କୋଚ୍ ସମ୍ବନ୍ଧୀୟ ଅସ୍ୱାଭାବିକ ସ୍ଥିତି, ସମ୍ଭାବ୍ୟ ଭୂସ୍ଖଳନ, ରେଳ ଧାରଣାରେ ତ୍ରୁଟି (Disturbed track alignment) ଏବଂ ରେଳଧାରଣାରେ ପ୍ରାରମ୍ଭିକ ସ୍ତରରେ ରେଳ ବଙ୍କା ହେବାର ଲକ୍ଷଣ (Rail buckling) ଆଦି ଅନ୍ତର୍ଭୁକ୍ତ ଥିଲା। ସେମାନଙ୍କର ସମୟୋଚିତ ସୂଚନା ଫଳରେ ରେଳ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ହସ୍ତକ୍ଷେପ କରିବା ସହ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିଥିଲେ। ଏହାଦ୍ୱାରା ଟ୍ରେନ୍ ଚଳାଚଳ ପ୍ରତି ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସମ୍ଭବ ହୋଇପାରିଥିଲା।
ଏହି ଘଟଣାଗୁଡ଼ିକ ରେଳ ନିରାପତ୍ତା ବଜାୟ ରଖିବାରେ କର୍ମଚାରୀଙ୍କ ସତର୍କତା, ପ୍ରଭାବଶାଳୀ ଯୋଗାଯୋଗ ଓ ସମୟୋଚିତ ସୂଚନା ପ୍ରଦାନର ଗୁରୁତ୍ୱକୁ ପ୍ରତିପାଦିତ କରୁଛି। ବିଶେଷକରି କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଳ କର୍ମଚାରୀମାନେ ଅସ୍ୱାଭାବିକ ସ୍ଥିତିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ଏବଂ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଇବା ଦ୍ୱାରା ଦୁର୍ଘଟଣା ରୋକିବା ଓ ଟ୍ରେନ୍ର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।
କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସେମାନଙ୍କର ସତର୍କତା, କର୍ତ୍ତବ୍ୟନିଷ୍ଠା ଓ ନିଷ୍ଠାପର କାର୍ଯ୍ୟ ପ୍ରତି ଉଚ୍ଚ ପ୍ରଶଂସା କରିଥିଲେ। ଟ୍ରେନ୍ ଚଳାଚଳର ନିରାପତ୍ତା ସୁନିଶ୍ଚିତ କରିବାରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତ କର୍ମଚାରୀଙ୍କୁ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ସମାନ ସତର୍କତା, ଆନ୍ତରିକତା ଓ ନିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
