ବାସୁଦେବପୁର: ମହୋସିବ ପ୍ରତିଭା ପ୍ରଦର୍ଶନ କରିବା ଏକ ସୁଯୋଗ ସୃଷ୍ଟି କରିଥାଏ । ଦଳଗତ ନିର୍ବି ଶେଷର ସମସ୍ତେ ଏକାଠି ହୋଇ ପରମ୍ପରା ଓ ସଂସ୍କୃତିକୁ ବଜାଇ ରଖିବା ପାଇଁ ସହଯୋଗ କରିବା ଦରକାର । ଭାବର ଆଦାନ ପ୍ରଦାନ ସହିତ ବନ୍ଧୁତ୍ୱପୁର୍ଣ୍ଣ ଭାବାବେଗ ମହୋସିବର ଦେଖିବାକୁ ମିଳିଥାଏ ବୋଲି ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ଲଉଡି ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କପିଳମୁନି ମହୋସିବ-୨୦୨୦ର ଦ୍ୱିତୀୟ ଦିବସର ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା କଂଗ୍ରେସର ସଭାପତି ଅଶୋକ କୁମୋର ଦାସ ଯୋଗଦେଇ କହିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ପିତାମ୍ବର ମିଶ୍ର,କପିଳମୁନି ମହୋସିବର ପ୍ରତିଷ୍ଠାତା ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ଓଡଶୀ ନୃତ୍ୟ ଗୁରୁ ସନାତନ ନାୟକ,ଓଡିଆ ଚଳଚିତ୍ର ଅଭିନେତା ହୃଷିକେଶ ଦାସ ଓ କପିଳମୁନି ମହୋସିବର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଗଙ୍ଗାଧର ମହାନ୍ତିଙ୍କୁ ଶାନ୍ତି ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ବାସୁଦେବପୁର ତହସିଲର ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରି ଉଦ୍ବୋଦନ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାଜପୁରରସତ୍ୟବାନ ସାହୁ ଓ ସାଗରିକା ସାହୁଙ୍କ ସେମିକ୍ଲାସିକାଲ ନୃତ୍ୟ,କୋଲକତାର ତବଲା ବାଦିକା ରିମ୍ପାଶିବାଙ୍କ ବିଭିନ୍ନ ତାଳରେ ତବଲା ବାଦ୍ୟ,ଭୂବନେଶ୍ୱରର ସଙ୍ଗୀତ ତାରାଣା ମେଲୋଡି କାର୍ଯ୍ୟକ୍ରମ, ଭୂବନେଶ୍ୱରନୃତ୍ୟାଳୟର ଓଡଶୀ ନୃତ୍ୟର ତବାଲା ତୋଡକ ଓ ଦାଣ୍ଡିଆ ନୃତ୍ୟରେ ମହୋସିବ ମଞ୍ଚରେ ଦୁଲୁକିଲା । ଉପସ୍ଥିତ ଦର୍ଶକମାନେ ଶୀତୁଆ ସନ୍ଧ୍ୟାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମନ ଛୁଆଁ ଦାଣ୍ଡିଆ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ । ଆୟୋଜିତ ଉସିବରେ ବିଶ୍ୱଜିତ ବଳିଆର ସିଂ ସଂଯୋଜନା କରିଥିଲେ ।