Odisha news

ହିଟ୍‌ ହିରୋଇନ୍‌ଙ୍କୁ ଟMର ଦେବେ ଆରୁଷୀ

0

କାର୍ତ୍ତିକ ଆର୍ୟନ୍‌ ଓ ସାରା ଅଲୀ ଖାନ୍‌ ଯୋଡ଼ି ଖୁବ୍‌ଶୀଘ୍ର ‘ଲଭ୍‌ ଆଜ୍‌ କଲ୍‌’ରେ ଦେଖିବାକୁ ମିଳିବ । ଫିଲ୍ମ ୧୪ ଫେବୃୟାରୀରେ ରିଲିଜ୍‌ ହେବାକୁ ଥିବାବେଳେ ଟ୍ରେଲର୍‌ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । କାର୍ତ୍ତିକ-ସାରାଙ୍କ ବ୍ୟତୀତ ଆଉ ଜଣେ ହିରୋଇନ୍‌ ଆରୁଷୀ ଶର୍ମା ଦର୍ଶକଙ୍କ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେ ଫିଲ୍ମରେ କାର୍ତ୍ତିକଙ୍କ ସ୍କୁଲ ଟାଇମ୍‌ ଗର୍ଲଫ୍ରେଣ୍ଡ୍‌ ଭୂମିକା ନିଭାଇଛନ୍ତି । ଆରୁଷୀ ପୂର୍ବରୁ ଅନେକ ଫିଲ୍ମରେ ନଜର ଆସିଥିଲେ ମଧ୍ୟ ଏହା ତାଙ୍କର ଡେବୁ୍ୟ ଫିଲ୍ମ ଭଳି ଲାଗୁଛି । ତାଙ୍କୁ ୨୦୧୫ରେ ଇମ୍‌ତିୟାଜ୍‌ ଅଲୀଙ୍କ ଫିଲ୍ମ ‘ତମାଶା’ରେ ରଣବୀରଙ୍କ ଟିଚର୍‌ ଭୂମିକାରେ ଦେଖିବାକୁ ମିଳିଥିଲା । ହେଲେ ସେତେବେଳେ ସେ ଏତେ ଲାଇମ୍‌ଲାଇଟ୍‌କୁ ଆସି ନ ଥିଲେ । ସେଥିପାଇଁ ଲଭ୍‌ ଆଜ୍‌ କଲ୍‌ରେ ତାଙ୍କ ଚେହେରା ନୂଆ ଲାଗୁଛି । ଆଶା କରାଯାଉଛି ଏହି ଫିଲ୍ମ ଆରୁଷୀଙ୍କୁ ଏକ ନୂଆ ପରିଚୟ ଦେବ ଓ ଅନ୍ୟ ହିଟ୍‌ ହିରୋଇନ୍‌ଙ୍କ ଉପରେ ଭାରି ପଡ଼ିପାରନ୍ତି । ଆରୁଷୀ ସୋସାଲ ମିଡିଆରେ ସକ୍ରିୟ ନୁହନ୍ତି । ତାଙ୍କ ଫଲୋୟର୍‌ଙ୍କ ସଂଖ୍ୟା ମଧ୍ୟ ଖୁବ୍‌ କମ୍‌ । ତାଙ୍କ ଫଟୋରୁ ସେ ଜଣେ ଟ୍ରାଭେଲ୍‌ ଓ ନେଚର୍‌ ଲଭର୍‌ ବୋଲି ଜଣାପଡ଼େ ।

Leave A Reply