Odisha news

ଶୀତଋତୁରେ କଞ୍ଚା ହଳଦୀ ରାମବାଣ ସଦୃଶ, ନିୟମିତ ଏହିଭଳି କରନ୍ତୁ ସେବନ  

0

ଶୀତଋତୁ ଆସିବା ମାତ୍ରକେ ବିଭିନ୍ନ ପ୍ରକାରର ଔଷଧୀୟ ବସ୍ତୁ ଓ ସବୁଜ ପନିପରିବା ଆମେ ବଜାରରେ ଦେଖିବାକୁ ପାଇଥାଉ, ଯେପରିକି ଗ୍ରୀନ ମଟର , ଦେଶୀ ବନ୍ଧା କୋବି , ଫ୍ରେସ ଗାଜର, ମେଥି ଶାଗ, ପାଳଙ୍ଗ ଶାଗ ଏବଂ କଞ୍ଚା ହଳଦୀ ଇତ୍ୟାଦି l ଯାହାକି ଦେଖିବାକୁ ଅଦା ଭଳି, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l

– ଶୀତଋତୁ ରେ କଞ୍ଚା ହଳଦୀ ନିୟମିତ ସେବନ ଦ୍ୱାରା ଶରୀର ରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ, ଏବଂ ବିଭିନ୍ନ ସଂକ୍ରମଣ ନିକଟରୁ ରକ୍ଷା କରିଥାଏ l ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ l

– ହଳଦୀ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରପୁର ହୋଇଥାଏ, ତେଣୁ ବିଭିନ୍ନ ସଂକ୍ରମଣ ନିକଟରୁ ଆମକୁ ରକ୍ଷା କରିଥାଏ l ଯେପରିକି ସର୍ଦି, ଥଣ୍ଡା, କାଶ ଦୂର କରିବାରେ ସାହାଯ୍ୟ କରେ, ଖଣ୍ଡେ ଛୋଟ କଞ୍ଚା ହଳଦୀ କୁ ଅଦା ସହିତ ମିଶାଇ ପାଣିରେ ଭଲରେ ଫୁଟାଇ ନିଅନ୍ତୁ ଏବଂ ଏହି ପାଣିକୁ ଛାଣି ସେବନ କରନ୍ତୁ l

– ହଳଦୀ ରେ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣରେ ଭରପୁର ଅଟେ, ଯାହାକି ଗଣ୍ଠି ଯନ୍ତ୍ରଣା, ପିଠି ବିନ୍ଧା , ବେକ ବିନ୍ଧା ଇତ୍ୟାଦି ଠାରୁ ଦୁରେଇ ରଖିଥାଏ, ଏଥିରେ ଥିବା କରକ୍ୟୁମିନ ହାଡର ଫୁଲାକୁ କମାଇ ଶରୀର କୁ ଯନ୍ତ୍ରଣା ରହିତ କରାଇଥାଏ l

– ହଳଦୀ ରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ ଯାହାକି ତ୍ୱଚା ପାଇଁ ଖୁବ ହିତକର, ଏବଂ ହଳଦୀ ରେ ଥିବା ଡିଟକ୍ସିଫାଇଙ୍ଗ ଗୁଣ ରକ୍ତକୁ ସଫା କରିଥାଏ ଯାହାଦ୍ୱାରା ତ୍ୱଚା ରେ ଚମକ ଆସିଥାଏ l

– କଞ୍ଚା ହଳଦୀ କୁ ପାଣିରେ ଫୁଟାଇ ନିୟମିତ ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ , ଖାଦ୍ୟ ହଜମ ହୋଇଥାଏ, ଶରୀରର ମେଟାବୋଲିଯିମ ବୃଦ୍ଧି ହୋଇ ଓଜନ ହ୍ରାସ କରିବାରେ ସାହାଯ୍ୟ ମିଳିଥାଏ l

ନିୟମିତ ଭାବରେ ଖଣ୍ଡିଏ କଞ୍ଚା ହଳଦୀ ଓ ଅଦା  କୁ ନେଇ ତାହାକୁ ଭଲ ରେ ଛେଚି ନିଅନ୍ତୁ, ଏବଂ ପାଣିରେ ମିଶାଇ ଫୁଟାଇ ନିଅନ୍ତୁ, ଏବଂ ଏହି ପାଣିରେ ଖଣ୍ଡିଏ ଡ଼ାଲିଚୀନ , ୨ଟି ଲବଙ୍ଗ, ୪ଟି ଗୋଲ ମରିଚ ପକାଇ ଫୁଟାଇ ନିଅନ୍ତୁ, ଫୁଟିଗଲା ପରେ ଏହାକୁ ଛାଣି ଉଷୁମ ଉଷୁମ ସେବନ କରନ୍ତୁ l

Leave A Reply