ଆମେରିକା ଜାରି କଲା କାନାଡ଼ାର ନୂଆ ନକ୍ସା
କାନାଡ଼ା କୁ ଘୋଷଣା କଲା ନିଜର ୫୧ତମ ରାଜ୍ୟ
କାନାଡ଼ା ମ୍ୟାପ ରେ ଲେଖା ହେଲା ଷ୍ଟେଟ୍ସ ଅଫ ଆମେରିକା
ଟ୍ରମ୍ପ ଙ୍କ ମଜାକ ହୋସ ଉଡାଇ ଦେଲା କାନାଡ଼ାର
ଭୟରେ ଇସ୍ତଫା ଦେଇଥିଲେ ଜଷ୍ଟିନ ଟୁଡୋ
ଡୋନାଲଡ ଟ୍ରମ୍ପ ହାଇପର ଆକ୍ଟିଭ ମୋଡ଼ ରେ
ଶପଥ ନେବା ପୂର୍ବରୁ କଲେ ନିଜ କାର୍ଯ୍ୟ ଆରମ୍ଭ
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବର୍ତମାନ କାନାଡ଼ା କୁ ନେଇ ଆକ୍ଟିଭ ମୋଡ଼ ରେ, ଶପଥ ଗ୍ରହଣ ସମାରୋହ ପୂର୍ବରୁ ନିଜ ଏଜେଣ୍ଡାକୁ ନେଇ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି, ସେ ନିଜ ସଂକଳ୍ପ କୁ ନେଇ ଦୃଢ ନିଶ୍ଚିତ ହୋଇଛନ୍ତି ଏବଂ କହିଛନ୍ତି ଯେ କାନାଡ଼ା ୫୧ ତମ ରାଜ୍ୟ ହେବ ଆମେରିକାର, ଏହାକୁ ନେଇ ସେ ମ୍ୟାପ ମଧ୍ୟ ଜାରି କରିସାରିଛନ୍ତି l ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ୨ଟି ମ୍ୟାପ ସେୟାର କରିଛନ୍ତି , ଏଥିରୁ ଗୋଟିଏ ମ୍ୟାପ ରେ ସେ କାନାଡ଼ା କୁ ଆମେରିକାରେ ଦେଖାଇଛନ୍ତି, ଏବଂ ଅନ୍ୟ ଗୋଟିଏ ମ୍ୟାପ ରେ ସେ କାନାଡ଼ା କୁ ନେଇ ନିଜର ମନୋଦଶା ଜାହିର କରିଛନ୍ତି, ଏହାକୁ ନେଇ ବର୍ତମାନ ବିବାଦ ଆରମ୍ଭ ହୋଇଯାଇଛି lଏପରିକି ସେ ଟୁଡୋ ଙ୍କୁ ଆମେରିକାର ୫୧ ତମ ରାଜ୍ୟର ଗଭର୍ନର ପର୍ଯ୍ୟନ୍ତ ମଧ୍ୟ ନିଜ ବୟାନ ରେ କହି ସାରିଛନ୍ତି l
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋ ଇସ୍ତଫା ଦେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି, ଏବଂ ଟୁଡୋ କହିଛନ୍ତି ଯେ କାନାଡ଼ା ଆମେରିକାରେ ଅଂଶ ହେବ ଏହାର କୌଣସି ସମ୍ଭାବନା ନାହିଁ , କାନାଡ଼ା ସଂଯୁକ୍ତ ରାଜ୍ୟ ଆମେରିକାର ଅଂଶ ହେବ ଏକଥା କଦାପି ସମ୍ଭବପର ନୁହେଁ l
ଟୁଡୋ ଙ୍କ ବୟାନ ପରେ କାନାଡ଼ା ବିଦେଶ ମନ୍ତ୍ରୀ ମେଲାନି ଜୋଲୀ ବୟାନ ଦେଇ କହିଛନ୍ତି ଯେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ଟିପ୍ପଣୀ ରୁ ଜଣା ପଡୁଛି ଯେ କାନାଡ଼ା ଭଳି ଗୋଟିଏ ସମୃଧ ଦେଶ ପ୍ରତି ତାଙ୍କର ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ l
କଣ ପାଇଁ ଟୁଡୋ ଓ ଟ୍ରମ୍ପ ଙ୍କ ମଧ୍ୟରେ ଏଭଳି ତିକ୍ତତା –
ଜଷ୍ଟିନ ଟୁଡୋ ଗତ ମାସରେ ଆମେରିକା ଗସ୍ତରେ ଯାଇଥିବା ସମୟ ରେ ଟ୍ରମ୍ପ ଙ୍କ ଫ୍ଲୋରିଡ଼ା ସ୍ଥିତ ବାସଭବନ ରେ ପହଂଚିଥିଲେ, ଯେଉଁଠାରେ ଟ୍ରମ୍ପ ଓ ଟୁଡୋ ଏକ ସାଙ୍ଗରେ ମିଶି ରାତ୍ରି ଭୋଜନ କରିଥିଲେ, , ଏହି ରାତ୍ରି ଭୋଜନ ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ ଏବଂ ସେଥିରେ ଲେଖିଥିଲେ କାନାଡ଼ା ଗଭର୍ନର ଟୁଡୋ ଙ୍କ ସହିତ ଭୋଜନ କରି ଖୁସି ହେଲି, ମୁଁ ଖୁବ ଶୀଘ୍ର ଗଭର୍ନର ଟୁଡୋ ଙ୍କୁ ସାକ୍ଷାତ କରିବି, ଟ୍ରମ୍ପ ଙ୍କର ଏହି ପ୍ରତିକ୍ରିୟା ପରେ ପ୍ରଶ୍ନ ଉଠିଥିଲା ଯେ ଟୁଡୋ ଙ୍କୁ ଟ୍ରମ୍ପ କାହିଁକି ଗଭର୍ନର କହିଥିଲେ, ଟ୍ରମ୍ପ ରାତ୍ରି ଭୋଜନ ସମୟ ରେ ଟୁଡୋ ଙ୍କୁ ଅଫର ଦେଇଥିଲେ ଯେ କାନାଡ଼ା କୁ ଆମେରିକାର ୫୧ ତମ ରାଜ୍ୟ କରିଦିଆ ଯାଉ l ଏହି ମଜାକ ଦିନକୁ ଦିନ ଅଲଗା ରୂପ ନେବାରେ ଲାଗିଛି l