ସିନ୍ଧୁ ଜଳ ବିବାଦକୁ ନେଇ ପାକିସ୍ଥାନ ଦେଇଛି ଧମକ ପହଁଲଗାମ ଆକ୍ରମଣ ପରେ ପାଟି ଖୋଲିଲା ପାକିସ୍ଥାନ , ୧୪ ମାସ ପରେ ଭାରତକୁ ନେଇ ପାଟି ଖୋଲିଚି ପାକିସ୍ଥାନ l ପାଖାପାଖି ୧୪ ମାସ ପରେ ପାକିସ୍ଥାନ ଭାରତ କୁ ଦେଇଛି ଧମକ, ସିନ୍ଧୁ ଜଳ ସନ୍ଧି କୁ ନେଇ ଭାରତ କୁ ନେହୁରା ହେଉଥିବା ପାକିସ୍ଥାନ ପୁଣି ଠାରେ ଭାରତ ବିରୋଧୀ ମତ ଦେଇଛି, ସଂଯୁକ୍ତ ରାଷ୍ଟ୍ର ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ମଞ୍ଚ ରେ ଗୁହାରି କରୁଥିବା ପାକିସ୍ଥାନ ର ଗୁହାରି କୁ ଖାରଜ କରି ଭାରତ ବିଶ୍ୱ ସାମ୍ନାରେ ମତ ଦେଇ କହିଛି ଯେ ରକ୍ତ ଆଉ ପାଣି ଏକ ସାଙ୍ଗରେ ପ୍ରବାହିତ ହୋଇପାରିବେ ନାହିଁ, ଯଦି ପାକିସ୍ଥାନ କୁ ସିନ୍ଧୁ ନଦୀର ଜଳ ଦରକାର ତେବେ ସୀମା ପାର ଆତଙ୍କବାଦ କୁ ରୋକ ଲଗାଉ, ଏହାକୁ ଶୁଣି ପାକିସ୍ଥାନ ତାର ପୁରୁଣା ସ୍ଥିତିକୁ ଫେରି ଆସି ଜବାବ ଦେଇଛି ଯେ ଯଦି ଭାରତ ସିନ୍ଧୁ ଜଳ ଉପରେ ରୋକ ଲଗାଇବ ତେବେ ଏହାର ଜବାବ ଦେବ ପାକିସ୍ଥାନ l
ପହଁଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ସିନ୍ଧୁ ଜଳ ସନ୍ଧି କୁ ନିଲମ୍ବିତ କରିଦିଆଯାଇଥିଲା, ପାଖାପାଖି ୧୪ ମାସ ପରେ ମୁହଁ ଖୋଲିଲା ପାକିସ୍ଥାନ, ସହବାଜ ସରିଫ ସରକାର ରେ ମେଣ୍ଟ କରିଥିବା ପାକିସ୍ଥାନ ପିପୁଲସ୍ ପାର୍ଟି ର ଚେୟାରମ୍ୟାନ ବିଲାବାଲ ଭୁଟୋ କହିଛନ୍ତି ଇସ୍ଲାମଵାଦ ଏହାକୁ ବରଦାସ୍ତ କରିବ ନାହିଁ, ପାକିସ୍ଥାନ ର ନେସନାଲ ଆସେମ୍ବ୍ଲି ରେ ସେ ଭାରତ ଉପରେ ଆରୋପ ଲଗାଇ କହିଛନ୍ତି ଆମେ ନଦୀ ର ପାଣିକୁ ନେଇ ଲାଗିଥିବା ରୋକ କୁ ବରଦାସ୍ତ କରିପାରିବୁ ନାହିଁ, ପାକିସ୍ଥାନ ନିଜ ଅଧିକାର ପାଇଁ ଲଢ଼ିବ, ଯଦି ଏଥିରେ ରୋକ ଲାଗିବ ତେବେ ପାକିସ୍ଥାନ କଠୋର ଜବାବ ଦେବ l
ଏହା ବିଲାବାଲ ଭୁଟୋ ଙ୍କର ନୂଆ ଧମକ ନୁହେଁ, ପୂର୍ବରୁ ମଧ୍ୟ ସେ ରକ୍ତ ବୋହିବାର ଧମକ ଦେଇଛନ୍ତି, ଗତବର୍ଷ ପହଁଲଗାମ ଆକ୍ରମଣ ପରେ ଭାରତ ଅନେକ ଗୁଡିଏ ପଦକ୍ଷେପ ଉଠାଇଥିଲା, ଏଥିରେ ସିନ୍ଧୁ ଜଳ ସନ୍ଧି ରୁ ପାକିସ୍ଥାନ କୁ ନିଲମ୍ବନ କରିବା ମଧ୍ୟ ଗୋତିଏଥିଲା, ୧୯୬୦ ରେ ହୋଇଥିବା ଏହି ସନ୍ଧି ରେ ଭାରତ ଓ ପାକିସ୍ଥାନ ମଧ୍ୟରେ ପାଣି କୁ ନେଇ ବିଭାଜନ ହୋଇଥିଲା, ଜୁନ ୧୮ ତାରିଖ ରେ ସଂଯୁକ୍ତ ରାଷ୍ଟ୍ର ମଞ୍ଚ ରେ ଭାରତର ସ୍ଥାୟୀ ମିଶନ ର ଫାର୍ଷ୍ଟ ସେକ୍ରେଟାରୀ ଅନୁପମା ସିଂ UNSC ର ୬୨ ତମ ସତ୍ର ରେ ସଫା ସଫା କହିଛନ୍ତି ସିନ୍ଧୁ ଜଳ ସନ୍ଧି କୁ ନେଇ ଭାରତ ପଛକୁ ହଟିବ ନାହିଁ l ୧୯୬୦ ରେ ହୋଇଥିବା ଚୁକ୍ତି କୁ ସବୁଦିନ ପାଇଁ ଗ୍ରହଣ କରାଜୀବନହିଁ l
ମିଡିଲ-ଇଷ୍ଟ ରେ ଆମେରିକା- ଇରାନ ଯୁଦ୍ଧରେ ପାକିସ୍ଥାନ ମଧ୍ୟସ୍ଥତା ପରେ ଯୁଦ୍ଧ ବନ୍ଦ ହୋଇଥିବା ପରେ ପାକିସ୍ଥାନ ଏହାର ସୁଯୋଗ ନେଇ ଅନ୍ତରାଷ୍ଟ୍ରୀୟ ମଞ୍ଚ ରେ ଭାରତ ବିରୁଦ୍ଧରେ ମୁହଁ ଖୋଲିଚି l
