ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ପର୍ବ, ଚଳିତବର୍ଷ ୧୪ ଜାନୁଆରୀ ରେ ମକରସଂକ୍ରାନ୍ତି ପର୍ବ ପାଳନ ହେବାକୁ ଯାଉଛି, ଏହିଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ, ତେଣୁ ଏହାକୁ ସୂର୍ଯ୍ୟଙ୍କର ସଂକ୍ରମଣ କାଳ କୁହାଯାଇଥାଏ l ଏହିଦିନ କୁ ମକରସଂକ୍ରାନ୍ତି ଭାବରେ ପାଳନ କରାଯାଇଥାଏ l ଦେଶର ବିଭିନ୍ନ ଭାଗରେ ଏହିଦିନ ଖେଚୁଡ଼ି ଭୋଗ ଭାବରେ ପ୍ରସ୍ତୁତ କରାଯାଇ ଥାଏ l ପୌରାଣିକ କଥା ଅନୁସାରେ ମହାଭାରତ ସମୟ ରୁ ଭୀଷ୍ମ ପିତାମହ ସୂର୍ଯ୍ୟ ଙ୍କ ଉତ୍ତରାୟଣ ଗତି ଦ୍ୱାରା ଶରୀର ତ୍ୟାଗ କରିଥିଲେ, ଏବଂ ଏହିଦିନ ତାଙ୍କର ଶ୍ରାଦ୍ଧ ଓ ତର୍ପଣ କର୍ମ କରାଯାଇଥାଏ l ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ଖାଇ ଦାନ କରିବା ଦ୍ୱାରା ବିଶେଷ ମହତ୍ୱ ରହିଥାଏ l
ମକରସଂକ୍ରାନ୍ତି ରେ ଖେଚୁଡ଼ି ର ମହତ୍ୱ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓ ଧାର୍ମିକ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ରେ ମୁଗ, ଚାଉଳ , ହଳଦୀ ଓ ଲୁଣ ରେ ଖେଚୁଡ଼ି ପ୍ରସ୍ତୁତ କରାଯାଇ ଭଗବାନ ଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ, ଖେଚୁଡ଼ି ଭୋଗ ଲଗାଇବା ଦ୍ୱାରା ଏହା ଚନ୍ଦ୍ରମା ଓ ଶୁକ୍ର ଙ୍କ ଶାନ୍ତି ର ପ୍ରତୀକ ଅଟେ, କଳା ମୁଗ ଡାଲି ଶନି, ରାହୁ ଓ କେତୁ ଙ୍କ ମହତ୍ୱ, ହଳଦୀ ବୃହସ୍ପତି ଙ୍କ ସମ୍ବନ୍ଧ, ରହିଥାଏ, ଏବଂ ଲୁଣ ବୁଧ ଙ୍କ ସହିତ ସମ୍ବନ୍ଧ l ଏବଂ ଖେଚୁଡ଼ି ଯେଉଁ ଚୁଲିରେ ପ୍ରସ୍ତୁତ ହୋଇଥାଏ, ତାହା ମଙ୍ଗଳ ର ପ୍ରତୀକ, ଏପରି ଭାବରେ ସମସ୍ତ ଗ୍ରହର ସମ୍ବନ୍ଧ ରହିଥାଏ ମକର ସଂକ୍ରାନ୍ତି ର ଖେଚୁଡ଼ି ସହିତ l

ମକର ସଂକ୍ରାନ୍ତି ରେ ଶୁଭ ମୁହୂର୍ତ୍ତ –
ଉଦୟ ତିଥି ଅନୁସାରେ ମକର ସଂକ୍ରାନ୍ତି ଚଳିତ ବର୍ଷ ଜାନୁଆରୀ ୧୪ ତାରିଖ ରେ ପାଳିତ ହେବ, ଏବଂ ଏହି ଦିନ ସୂର୍ଯ୍ୟ ସକାଳ ୮ଟା ୪୧ ମିନିଟ ରେ ମକର ରାଶିରେ ପ୍ରବେଶ କରିବେ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମକର ସଂକ୍ରାନ୍ତି ପୁଣ୍ୟ କାଳ ର ସମୟ ସକାଳ ୯ଟା ୩ମିନିଟ ରୁ ନେଇ ସନ୍ଧ୍ୟା ୫ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ l ଏବଂ ଏହି ସମୟ ରେ ଦାନ ର ବିଶେଷ ମହତ୍ୱ ରହିଛି, ଏହିଦିନ ଯାହାବି ଆପଣ ଦାନ ଧର୍ମ କରୁଛନ୍ତି ଯେ ତେବେ ଏହି ସମୟ ରେ କରନ୍ତୁ l