ଆମେ ସାଧାରଣ ଭାବରେ ଜାଣିଛୁ ବିବାହ ପାଇଁ ନାଲି ରଙ୍ଗର ଖୁବ୍ ମହତ୍ତ୍ଵ ରହିଛି ଓ ଏହା ଶୁଭ ଅଟେ କିନ୍ତୁ ଅନ୍ୟ ପକ୍ଷରେ ଧଳା ରଙ୍ଗ କୁ ଗୋଟିଏ ଅଶୁଭ ବୋଲି ଗ୍ରହଣ କରାଯାଇ ଥାଏ । କିନ୍ତୁ ଭାରତରେ ଏଭଳି ଗୋଟିଏ ସମ୍ପ୍ରଦାୟ ରହିଛି ଯେଉଁଠି ବିବାହ ହେବା ମାତ୍ରକେ ପିତାମାତା କନ୍ୟା ର ନାଲି ପୋଷାକ ଖୋଲି ଦେଇ ଥାଆନ୍ତି ଓ ଧଳା ରଙ୍ଗର ବସ୍ତ୍ର ରେ କନ୍ୟା କୁ ବିଦା କରାଯାଇ ଥାଏ । ଆପଣ ଯଦି ହଠାତ୍ ଦେଖିବେ ତେବେ ଠିକ୍ ଭାବରେ ବୁଝି ମଧ୍ୟ ପାରିବେ ନାହିଁ ଏହା ବିବାହ କାର୍ଯ୍ୟ ନା ଆଉ କିଛି
ଆସନ୍ତୁ ଜାଣିବା କେଉଁ ସ୍ଥାନ ରେ ରହିଛି ଏଭଳି ପରମ୍ପରା –
ଧଳା ଶାଢ଼ୀ ରେ ବିଦା ହେବାର ପରମ୍ପରା ମଧ୍ୟ ପ୍ରଦେଶ ରାଜ୍ୟ ର ଭୀମଡଙ୍ଗୋରି ଗାଁ ରେ ରହିଛି । ଯେଉଁଠାରେ ଆଦିବାସୀ ସଂପ୍ରଦାୟ ର ଲୋକେ ରହିଛନ୍ତି । ଏମିତିରେ ତ ପ୍ରତ୍ୟେକ ଭାରତୀୟ ସମାଜ ଭଳି ଏଠାରେ ବିବାହ କୁ ନେଇ ଉଲ୍ଲାସ ଦେଖିବାକୁ ମିଳିଥାଏ । କିନ୍ତୁ ଏଠାରେ ଏଭଳି ଗୋଟିଏ ପରମ୍ପରା ରହିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ।
ଏଠାରେ କନ୍ୟା କୁ ବିଦା କରିବା ସମୟରେ ବିଧବା ମାନଙ୍କ ଭଳି ଧଳା ଶାଢ଼ୀ ପିନ୍ଧେଇ ବିଦା କରାଯାଇ ଥାଏ । କନ୍ୟା ସହିତ ଅନ୍ୟ ସମସ୍ତେ ମଧ୍ୟ ଧଳା ରଙ୍ଗ ର ଶାଢ଼ୀ ପିନ୍ଧି ଥାଆନ୍ତି ।
ଏଠାରେ କନ୍ୟା ଧଳା ଶାଢ଼ୀ ପିନ୍ଧିବା ପଛରେ ରହିଛି କିଛି ବିଶେଷ କାରଣ । ଏହି ଗ୍ରାମରେ ଗୌଡି ଧର୍ମର ଲୋକେ ରହି ଥାଆନ୍ତି । ଏହି ଧର୍ମର ଲୋକଙ୍କ ପାଇଁ ଧଳା ରଙ୍ଗ ଖୁବ୍ ଶୁଭ ଓ ପବିତ୍ର ଅଟେ । ଯେଉଁ କାରଣରୁ ବିବାହ ଭଳି ପବିତ୍ର କାର୍ଯ୍ୟ ପାଇଁ ଧଳା ରଙ୍ଗର ଗୁରୁତ୍ଵ ରହିଥାଏ ।
ଏହି ସମ୍ପ୍ରଦାୟ ର ଲୋକେ ଦୀର୍ଘ ଦିନରୁ ଭାରତରେ ରହି ଆସୁଛନ୍ତି ଓ ଏହାର ନୀତିନିୟମ କୁ ମାନି ଆସୁଛନ୍ତି । ଏହି ସମ୍ପ୍ରଦାୟ ରେ ମଦ ଉପରେ ସମ୍ପୂର୍ଣ ପ୍ରତିବନ୍ଧିତ ଲାଗିଛି । ଏହାଛଡା ଅନ୍ୟ ସମ୍ପ୍ରଦାୟ ରେ ବିବାହ କାର୍ଯ୍ୟ ର ସାତ ଥର ପରିକ୍ରମା ଝିଅ ଘରେ ପଡ଼ିଥିବା ବେଳେ , ଏହି ସମ୍ପ୍ରଦାୟ ରେ ଝିଅ ଘରେ ୩ ଥର ଓ ପୁଅ ଘରେ ୪ଥର ପରିକ୍ରମା କରି ଥାଆନ୍ତି ।