Odisha news

କେବଳ ବଡ ମାନଙ୍କ ପାଇଁ ନୁହେଁ , ଛୋଟ ପିଲା ମାନଙ୍କ ପାଇଁ ମଧ୍ୟ ଅନେକ ଗୁଣରେ ହିତକର ମାଣ୍ଡିଆ , ମିଳିଥାଏ ଏହି ୫ଟି ଚମତ୍କାର ଲାଭ

0
ଆମେ ସାଧାରଣ ଭାବରେ ଶୁଣିଛୁ ଆଦିବାସୀ ସଂପ୍ରଦାୟ ର ବ୍ୟକ୍ତିମାନେ ଛୋଟ ପିଲାଙ୍କୁ ମାଣ୍ଡିଆ ଖାଇବାକୁ ଦେଇ ଥାଆନ୍ତି ଓ ନିଜେ ମଧ୍ୟ ନିୟମିତ ସକାଳୁ ମାଣ୍ଡିଆ ଖାଇ ଥାଆନ୍ତି । ସେମାନେ ବିଶେଷ ଭାବରେ ମାଣ୍ଡିଆ ଯାଉ ଓ ମାଣ୍ଡିଆ ଖିରି ପ୍ରସ୍ତୁତ କରି ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତି । କାହିଁକି ନା ମାଣ୍ଡିଆ ରେ ଅନେକ ଗୁଡ଼ିଏ ପୋଷାକ ତତ୍ତ୍ଵ ରହିଛି । ଯାହାକି ଉଭୟ ବଡ ଓ ଛୋଟ ପିଲା ମାନଙ୍କ ପାଇଁ ଖୁବ୍ ହିତକର । ଆମେ ଜାଣିଛୁ ଯେ ମାଣ୍ଡିଆ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ଓ ଫିଟ୍ ରହିଥାଏ । କିନ୍ତୁ ଏହାର ଅନେକ ସ୍ଵାସ୍ଥ୍ୟଗତ ଲାଭ ରହିଛି । ମାଣ୍ଡିଆ ପୋଷାକ ତତ୍ତ୍ଵ ର ଗନ୍ତାଘର ଅଟେ କହିଲେ ଅତ୍ୟୁକ୍ତି ହେବନାହିଁ । ଯେପରିକି ପ୍ରୋଟିନ , ହେଲ୍ଦି ଫ୍ୟାଟ୍, କାର୍ବୋହାଇଡ୍ରେଟ , କ୍ୟାଲସିୟମ , ଫାଇବର , ଏନର୍ଜି ଇତ୍ୟାଦି ରହିଛି ।
* ଏହାଛଡା ମାଣ୍ଡିଆ ରେ ପ୍ରଚୁର ମାତ୍ରାରେ ଆଇରନ ମଧ୍ୟ ରହିଛି । ଏହାକୁ ପିଲାମାନେ ସେବନ କରିବା ଦ୍ୱାରା ଶରୀର ରେ ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି ହୋଇଥାଏ । ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଏବଂ ଏନିମିଆ ସମସ୍ୟା ଦେଖା ଯାଇ ନଥାଏ ।
* ମାଣ୍ଡିଆ ରେ ପ୍ରଚୁର କ୍ୟାଲସିୟମ ଥାଏ । ଏହାଦ୍ବାରା ଛୋଟ ପିଲାଙ୍କ ହାଡ଼ର ବିକାଶ ହୋଇଥାଏ । ଏହାଛଡା ଦାନ୍ତ ମଧ୍ୟ ମଜବୁତ୍ ହୋଇଥାଏ ଓ ଅଷ୍ଟ୍ରିଓପୋରସିସ ସମସ୍ୟା ଦେଖା ଯାଇନଥାଏ ।
* ମାଣ୍ଡିଆ ଆଇରନ ଓ ଫାଇବର ରେ ଭରପୁର ଅଟେ । ଏହାକୁ ସେବନ କରିବା ଦ୍ୱାରା ପିଲାମାନେ ଓଜନ ବୃଦ୍ଧି ର ଶିକାର ହୋଇ ନଥାଆନ୍ତି । ଏହାଛଡା ପେଟ ସଫା କରିବାରେ ସାହାଯ୍ୟ କରିଥାଏ ମାଣ୍ଡିଆ ।
* ମାଣ୍ଡିଆ ରେ ଆମିନୋ ଏସିଡ ରହିଥାଏ । ଯାହାକି ତ୍ୱଚା ଓ କେଶ ପାଇଁ ଅତ୍ୟନ୍ତ ଗୁଣକାରୀ ଅଟେ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ମାଂସପେଶୀ ଓ ଟିଶୁଜ ଶକ୍ତ ହୋଇଥାଏ । ଏହାଛଡା ଶକ୍ତି ଯୋଗାଇ ଥାଏ ।
* ମାଣ୍ଡିଆ ରେ ଆଣ୍ଟିଅକ୍ସିଡାନ୍ଟ ଓ ଆମିନୋ ଏସିଡ ରହିଥିବା କାରଣରୁ ଯାହାଦ୍ଵାରା ଶରୀର ଥକି ନଥାଏ ଓ ଆରାମ ମିଳିଥାଏ । ଏବଂ ଭଲ ନିଦ କରିବାରେ ସାହାଯ୍ୟ କରିଥାଏ ମାଣ୍ଡିଆ ।

Leave A Reply