Odisha news

ୱେଷ୍ଟବେଙ୍ଗଲରେ ଅମିତ ସାହଙ୍କ ଶକ୍ତି ପ୍ରଦର୍ଶନ : ଖଡ଼ଗପୁର ରୋଡ଼ ସୋରେ କହିଲେ ତୃଣମୂଳ କଂଗ୍ରେସ କାହିଁକି ଡରୁଚି

0

ଖଡକପୁରରେ ରାଜନୀତି ଚରମ ସୀମାରେ ପହଂଚିଲାଣି l କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ୨ ଦିନ ୱେଷ୍ଟବେଙ୍ଗଲ ଗସ୍ତରେ ଥିବାବେଳେ ଆଜି ରୋଡ଼ ସୋ ଥିଲାବେଳେ ମମତା ବାନାର୍ଜୀ (ଦିଦି ) ମଧ୍ୟ ଆକ୍ସନ ମୋଡ଼ରେ ଦେଖାଗଲେଣି l ମେଡିକାଲରୁ ଡିସ୍ଚାର୍ଜ ହେବାପରେ ପ୍ରଥମ ଥର ପାଇଁ ଦିଦି ହୁଇଲ ଚେୟାରରେ ଦୀର୍ଘ ୫ କିଲୋମିଟର ଲମ୍ବା ରୋଡ଼ ସୋ କରିଥିଲେ l

ରୋଡ଼ସୋ ପରେ ମମତା କହିଥିଲେ ମୁ ଜୀବନରେ ବହୁତ ଚୋଟ ଖାଇଛି କିନ୍ତୁ ୱେଷ୍ଟବେଙ୍ଗଲ ଲୋକଙ୍କ ଦୁଃଖ ଆଗରେ ମୋର କଷ୍ଟ କିଛି ନୁହେଁ l ମମତା କହିଥିଲେ ଦେଶର ଲୋକ ତନ୍ତ୍ର ଉପରେ ଆକ୍ରମଣ ହେଉଛି l ତାକୁ ପ୍ରତିହତ କରିବା ପାଇଁ ସମସ୍ତେ ଏକଜୁଟ ହେବ ଦରକାର l ଅପର ପକ୍ଷରେ ଅମିତ ସାହାଙ୍କ ରାଲିରେ ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ସହ କହିଥିଲେ ଲୋକ ଚାହୁଁଛନ୍ତି ପରିବର୍ତନ l ସାହା ଆହୁରି ମଧ୍ୟ କହିଥିଲେ ନନ୍ଦି ଗ୍ରାମରେ ସୁଭେନ୍ଦୁ ଅଧିକାରୀ ଜିତିବା ସୁନିଶ୍ଚିତ l ଖୋଲା ବସରେ ସାହାଙ୍କ ରାଲି  କରିଥିଲେ l ରୋଡ଼ ଶୋରେ ୱେଷ୍ଟବେଙ୍ଗଲର ସମସ୍ତ ବଡ ନେତା ବିଜେପିର ଉପସ୍ଥିତ ଥିଲେ l

ଅପାର ପକ୍ଷରେ ମମତା କହିଥିଲେ ଯଦି ୱେଷ୍ଟବେଙ୍ଗଲ ଲୋକମାନେ ଆମକୁ ଭୋଟ ଦେବେ ତାହାହେଲେ ଆମେ ଚେଷ୍ଟା କରିବୁ ଲୋକତନ୍ତ୍ର ଆମ ପାଖକୁ ଫେରିଆସୁ l ଗୋଡ ଭାଙ୍ଗିବା ସତ୍ୱେ ମଧ୍ୟ ମୁ ହୁଇଲ ଚେୟାରରେ ପ୍ରଚାର କରିବି ଓ ଆହୁରି ମଧ୍ୟ କହିଥିଲେ ଖୋଲା ପବନ ଓ ଘାୟଲ ବାଘୁଣୀ ବହୁତ ଖାତିକାରକ ହୋଇଥାଆନ୍ତି l କଲି ମୁ ପୁରୁଲିଆ ଗସ୍ତରେ ଯିବି ଓ ସେଠାରେ ରାଲି କରିବି l

Leave A Reply