ରାୟଗଡା : ଗୁଣପୁର ଉପ ଖଣ୍ଡ ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗ୍ରାମର କିରଣ ଟାକିରୀ ନାମକ ବ୍ୟକ୍ତିଙ୍କୁ କେହି ଜଣ ବ୍ୟକ୍ତି ବିଳମ୍ବିତ ରାତି୍ରରେ ଗୁଳିକରି ହତ୍ୟା କରାଯାଇଛି । ଏହି ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ବ୍ୟାପାରକୁ ନେଇ ଏହି ହତ୍ୟା କାଣ୍ଡ କରାଯାଇଥିବା ନେଇ ଗ୍ରାମବାସୀ ଆଲୋଚନା କରୁଛନ୍ତି । କାରଣ ପ୍ରତି କିଛି ଦିନ ଥରେ ଦାମି ଦାମି ଚାରିଚକିଆ ଗାଡ଼ି ଆସୁଥିବା ନେଇ ଲୋକେ କହୁଛନ୍ତି । ଏହି ଘଟଣାର ଖବର ପାଇ ଗୁଡ଼ାରୀ ପୋଲିସ ଘଟଣା ସ୍ଥଳେ ପହଞ୍ଚି ପ୍ରାଥମିକ ତଦନ୍ତ କରି ରାୟଗଡ଼ାରୁ ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍କାଆଡ଼ ଆଣି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ନେଇ ଗୁଡ଼ାରୀ ଥାନା ଅଧିକାରୀ ସୁଶାନ୍ତ କୁମାର ତୁଡ଼ୁଆ ଜଣାପଡ଼ୁଛି । ମୃତ୍ୟ କିରଣଙ୍କ ଘର ଗୁଣପୁର ହୋଇଥିବା ବେଳେ ସେ ନାଇରା ଗ୍ରାମରେ ବାହା ହୋଇ ନିଜ ଶଶୁର ଘରେ ରହିଆସୁଥିଲେ । ଗତକାଲି ଖାଇସାରି ଶୋଇ ପଡ଼ିଥିଲେ କିନ୍ତୁ ହଠାତ କିଏ ତାଙ୍କୁ ମୁହଁରେ ସାମ୍ମାନାରୁ ଗୁଳିକରି ହତ୍ୟା କରିଛି ବର୍ତ୍ତମାନ ସୁଧା କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଢିବ ବୋଲି ଘଟଣା ସ୍ଥଳ ପରିଦର୍ଶନରେ ଯାଇଥିବା ଗୁଣପୁର ଏସଡ଼ିପିଓ ରାଜ କିଶୋର ଦାସ କହିଛନ୍ତ ।ି