Odisha news

ସାକାହାରୀ ପିଜ୍ଜା ବଦଳରେ ମିଳିଲା ମାଂସାହାରୀ ପିଜ୍ଜା : ମହିଳା ଦାବିକଲେ ଏକ କୋଟି ଟଙ୍କା

0

ନୂଆଦିଲ୍ଲୀ : ୟୁପିର ଗାଜିଆବାଦ ଗୋଟିଏ କମ୍ପାନୀରୁ ମହିଳାଙ୍କୁ ସାକାହାରୀ ପିଜ୍ଜା ବଦଳରେ ମାଂସାହାରୀ ପିଜ୍ଜା ଦେବା ପଡିଲା ଭାରି l ବର୍ତମାନ ମହିଳା ଜଣଙ୍କ କମ୍ପନୀ ଉପରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଆରୋପ ଲଗାଇ ଏକ କୋଟି ଟଙ୍କାର କ୍ଷତିପୂରଣ ଦେବାପାଇଁ ମକଦମା କରିଛନ୍ତି l ଗାଜିଆବାଦ ଜଣେ ସାକାହାରୀ ମହିଳା ଗୋଟିଏ ଆମେରିକୀୟ ଭୋଜନାଳୟରୁ ସାକାହାରୀ ପିଜ୍ଜା ଅର୍ଡର ଦେଇଥିଲେ କିନ୍ତୁ ତାଙ୍କୁ ଭୁଲରେ ମାଂସାହାରୀ ପିଜ୍ଜା ମିଳିଥିଲା l

ବର୍ତମାନ ମହିଳା ଜଣଙ୍କ ଧାର୍ମିକ ଭାବନାକୁ ଆହତ ଲାଗିଥିବା ଆରୋପରେ ଉପୋଭୋକ୍ତା ଅଦାଲତରେ କମ୍ପାନୀ ବିରୁଦ୍ଧରେ ଏକ କୋଟି ଟଙ୍କାର କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି l ମହିଳା ଜଣଙ୍କ କହିଛନ୍ତି ଏହା ଦ୍ୱାରା ତାଙ୍କର ଧାର୍ମିକ ଭାବନା ଆହତ ହୋଇଛି ଓ ଏହାର କ୍ଷତିକୁ କମ କରିବା ପାଇଁ ତାଙ୍କୁ କଠୋର ଅନୁଷ୍ଠାନ କରିବାକୁ ପଡିବ l ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ଉକ୍ତ ମହିଳାଙ୍କ ନାମ ଦିପାଲି ତ୍ୟାଗୀ l ସେ ନିଜ ପସନ୍ଦ ଯୋଗୁ ସୁଦ୍ଧ ସାକାହାରୀ ପିଜ୍ଜା ମାଗିଥିଲେ କିନ୍ତୁ ତାଙ୍କୁ ମାଂସାହାରୀ ପିଜ୍ଜା ମିଳିଥିଲା l ସେହିଦିନ ଠାରୁ ସେ ପିଜ୍ଜା ଖାଇବା ଛାଡି ଦେଇଛନ୍ତି l

ଏହି ମାମଲାଟି ୨୧ ମାର୍ଚ୍ଚ ୨୦୧୯ ର ଅଟେ l କିନ୍ତୁ ଦିପାଲି ଆଜି ପର୍ଯ୍ୟନ୍ତ ସେହି ଘଟଣାକୁ ଭୁଲିପାରି ନାହାନ୍ତି l ପିଜ୍ଜା କମ୍ପାନୀର ମ୍ୟାନେଜର କ୍ଷମାମାଗି ସମ୍ପୂର୍ଣ୍ଣ ପରିବାରକୁ ମାଗଣାରେ ପିଜ୍ଜା ଖାଇବାକୁ ଦେବାପାଇଁ କହିଥିଲେ ,କିନ୍ତୁ ଦିପାଲି ତାଙ୍କର ଧାର୍ମିକ ବିଶ୍ୱାସ ଓ ପ୍ରଥାକୁ ଆଘାତ ଲାଗିଥିବା ବିଷୟରେ କହିଥିଲେ l ବର୍ତ୍ତମାନ ଏହି ମାମଲା ବଡ଼ ରୂପ ଧାରଣ କରିଛି l ଦିପାଲି ପିଜ୍ଜା କମ୍ପାନୀର ପିଛା ଛାଡିବାକୁ ପ୍ରସ୍ତୁତ ନୁହନ୍ତି ଏବଂ ସେ ଗୋଟିଏ କୋଟି ଟଙ୍କା ନ ପାଇବା ପର୍ଯ୍ୟନ୍ତ ଚୁପ ହୋଇ ବସିବେ ନାହିଁ ବୋଲି ଧମକ ଦେଇଛନ୍ତି l ବର୍ତ୍ତମାନ ପିଜ୍ଜା କମ୍ପାନୀ ଚିନ୍ତାରେ ରହିଛି l

Leave A Reply