କଣ ଆପଣ ଦେଶର ପ୍ରଥମ ଏସି ରେଳ ଷ୍ଟେସନ ଦେଖିଛନ୍ତି କି ? ଆସନ୍ତୁ ଜାଣିବା ବିମାନବନ୍ଦର ପରି ସୁବିଧା ଥିବା ଦେଶର ପ୍ରଥମ ରେଳ ଷ୍ଟେସନ ବିଷୟରେ
ନୂଆଦିଲ୍ଲୀ :ବାଙ୍ଗାଲୋରରେ ଦେଶର ପ୍ରଥମ ସେଣ୍ଟ୍ରାଲାଇଜ ଏସି ରେଳ ଷ୍ଟେସନ କାର୍ଯ୍ୟ ଶେଷ ହୋଇଛି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଚିତ୍ର ସେୟାର କରିଛନ୍ତି। ପ୍ରଥମ ଦେଖାରେ ବିମାନବନ୍ଦର ପରି ଦେଖା ଯାଉଥିବା ଷ୍ଟେସନ୍ ଟି ୪୨୦୦ ବର୍ଗମିଟର ଉପରେ ତିଆରି ହୋଇଛି | ଏହାକୁ ପ୍ରସ୍ତୁତ କରିବାର ମୋଟ ୩୧୪ କୋଟି ଟଙ୍କା ଖର୍ଚ ହୋଇଛି । ରେଳ ଷ୍ଟେସନର ନାମ ହେଉଛି ସାର୍ ଏମ୍ ବିଶ୍ୱଭାରାୟା ଟର୍ମିନାଲ l ବର୍ତ୍ତମାନ ବିମାନବନ୍ଦର ଏବଂ ମେଟ୍ରୋ ଷ୍ଟେସନ ପରି ରେଳ ଷ୍ଟେସନରେ ମଧ୍ୟ ଏସି ସୁବିଧା ସହିତ ସମ୍ପୂର୍ଣ୍ଣ ସୁସଜ୍ଜିତରେ ଭରା ମଜା ଆପଣ ନେଇ ପାରିବେ |
ବାଙ୍ଗଲୋରରେ ଦେଶର ପ୍ରଥମ ସେଣ୍ଟ୍ରାଲାଇଜ ଏସି ରେଳ ଷ୍ଟେସନ ତିଆରି ହୋଇସାରିଛି l ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜେ ଏହି ଏସି ରେଳ ଷ୍ଟେସନର ଚିତ୍ର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯଦି ଆପଣ ପ୍ରଥମ ଥର ପାଇଁ ଏହି ରେଳ ଷ୍ଟେସନର ଚିତ୍ର ଦେଖନ୍ତି ଆପଣଙ୍କୁ ଲାଗିବ ବିମାନବନ୍ଦର ଭଳିଆ l ବାଙ୍ଗାଲୋରରେ ନିର୍ମିତ ଏହି ରେଳ ଷ୍ଟେସନର ନାମ ହେଉଛି ସାର୍ ଏମ୍ ବିଶ୍ୱଭାରାୟା ଟର୍ମିନାଲ୍ | ଏହି ଷ୍ଟେସନ ୪୨୦୦ ବର୍ଗ ମିଟର ଉପରେ ବ୍ୟାପିଛି ଏବଂ ଏହି ସଂପୂର୍ଣ୍ଣ ସେଣ୍ଟ୍ରାଲାଇଜ ଏସିରେ ନିର୍ମିତ l