ବାଲିଗୁଡା, ତା, ୧୧/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି | ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିଲେ | ଏହି ସମୟରେ ବନ ବିଭାଗର କର୍ମଚାରି ମାନେ ଏହି ଦୁଇ ଯୁବକ ସୁଇଲା ମଲିକ (୨୮)ଓ ଲକ୍ଷ୍ମଣ କହଁର (୨୮) କୂ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଛନ୍ତି | ଏ ନେଇ ବାଲିଗୁଡା ବନ ବିଭଗ କେଶ ନଂ. ୧୭/୨୬ପ୍ରକାରେ ଏକ ମାମଲା ରୁଜୁ କରି ଏସଡିଜେଏମ କୋର୍ଟ କୁ ଚାଲାଣ କରିଥିବା ନେଇ ବନାଞ୍ଚଳ ଅଧିକରୀ ଡି.ସୁବାଷ ସୂଚନା ଦେଇଛନ୍ତି | ଏହି ଚଢ଼ାଉ ସମୟରେ ବନପାଳ ଟିକେଶ୍ୱର ବେହେରା, ଗାର୍ଡ ସୁରେଶ ମୁଠାମାଝି, ଯୁଧିଷ୍ଠିର ଦିଗାଲ, ଓ ନାସିମୁଲ ହକ ପ୍ରମୁଖ ସାମିଲ ଥିଲେ |