ଆପଣ ପାଣି ପିଇବାର ଅନେକ ଲାଭ ବିଷୟରେ ଜାଣିଛନ୍ତି । କିନ୍ତୁ ଭୁଲ୍ ଉପାୟରେ ପାଣି ପିଇବା ଦ୍ଵାରା ଅନେକ କ୍ଷତି ହୋଇଥାଏ । ଆୟୁର୍ବେଦ ରେ ଠିଆ ହୋଇ ପାଣି ପିଇ ବାକୁ ବାରଣ କରାଯାଇଥାଏ । କାରଣ ଠିଆ ହୋଇ ପାଣି ପିଇବା ଦ୍ଵାରା ଶରୀରର ଅନେକ ଅଙ୍ଗ ଉପରେ ପ୍ରଭାବ ପଡିଥାଏ ।
* କୁହାଯାଏ ଯେ ଖାଇ ସାରି ତୁରନ୍ତ ପାଣି ପିଇବା ଦ୍ଵାରା ବ୍ୟକ୍ତି ର ପାଚନ କ୍ରିୟା ଉପରେ ପ୍ରଭାବ ପଡିଥାଏ । ଖାଇ ସାରିବା ଅଧ ଘଣ୍ଟା ପରେ ପାଣି ପିଇବା ଆବଶ୍ୟକ । ଏପରି କରିବା ଦ୍ବାରା ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ ଓ ଏହା ଦୁର୍ବଳ ହୋଇଥାଏ ।
* ଠିଆ ହୋଇ ପାଣି ପିଇବା ଦ୍ଵାରା ଫୁଡ୍ ପାଇପ୍ ଓ ୱିଣ୍ଡ ପାଇପ୍ ରେ ହେଉଥିବା ଅକ୍ସିଜେନ୍ ସପ୍ଲାଏ ରେ ବାଧା ଉପୁଜି ଥାଏ । ଯାହାର ପ୍ରଭାବ ଫୁସ୍ ଫୁସ୍ ଓ ହୃତପିଣ୍ଡ ଉପରେ ପଡିଥାଏ ।
* ଠିଆ ହୋଇ ପାଣି ପିଇବା ଦ୍ଵାରା ତଳି ପେଟ ଓ ପେଟର ନିକଟସ୍ଥ ଅନ୍ୟ ଅଂଗ ରେ ପ୍ରଭାବ ପଡିଥାଏ । ଯେଉଁ କାରଣରୁ ହାର୍ଣୀୟା ସମସ୍ୟା ଦେଖାଦିଏ ।
* ଠିଆ ହୋଇ ପାଣି ପିଇବା ଦ୍ଵାରା କିଡନୀ ଉପରେ ପ୍ରଭାବ ପଡିଥାଏ ଏବଂ କିଡ୍ନି ସମସ୍ୟା ଦେଖାଦିଏ । ତେଣୁ କେବେବି ପାଣି ପିଇବେ ଗୋଟିଏ ସ୍ଥାନରେ ବସି ପାଣି ପିଇବା ଉଚିତ୍ ।
Comments are closed.