Odisha news

ସକାଳ ଜଳଖିଆ ରେ ଏହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ : ନହେଲେ ହୋଇପାରନ୍ତି ଏଭଳି ଅସୁବିଧାର ସମ୍ମୁଖୀନ

ଅଧିକାଂଶ ଲୋକ ସକାଳ ଜଳଖିଆ ରେ ବ୍ରେଡ୍ ଖାଇବାକୁ ପସନ୍ଦ କରନ୍ତି । କାରଣ ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ । ବ୍ରେଡ ଅଲଗା ଅଲଗା ପ୍ରକାରର ହୋଇଥାଏ । ଗୋଟିଏ ବ୍ରାଉନ ବ୍ରେଡ଼ ଅନ୍ୟଟି ଧଳା ବ୍ରେଡ୍ । ଧଳା ବ୍ରେଡ୍ ପେଷ୍ଟ୍ରି ଓ କେକ୍ ପାଇଁ ବ୍ୟବହାର କରାଯାଏ । କିଛି ଲୋକ ସକାଳୁ ଧଳା ବ୍ରେଡ୍ ଖାଇବାକୁ ପସନ୍ଦ କରନ୍ତି , କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଧଳା ବ୍ରେଡ୍ ବେଳେ ବେଳେ ଶରୀର ପାଇଁ ଖୁବ୍ କ୍ଷତି କାରକ ହୋଇଥାଏ ।
* ଏଥିରେ କେତେ ପୋଷଣ ରହିଛି – ସମସ୍ତ ବ୍ରେଡ୍ ରେ କ୍ୟାଲୋରୀ ମାତ୍ରା ସମାନ ରହିଥାଏ । ଧଳା ବ୍ରେଡ୍ ର ଗୋଟିଏ ପିସ୍ ରେ ୭୭% କ୍ୟାଲୋରୀ ରହିଥାଏ । ଏହାକୁ ସବୁଠୁ ଅଧିକ ପ୍ରୋସେସଡ କରାଯାଇଥାଏ , ତେଣୁ ଏଥିରେ ପୋଷାକ ତତ୍ତ୍ଵ କମ୍ ରହିଥାଏ ।
* ଧଳା ବ୍ରେଡ୍ ରେ ସବୁଠୁ ଅଧିକ ଗ୍ଲାଇସେମିକ୍ ରହିଥାଏ , ଯାହା ଶରୀରରେ ଗ୍ଲୁକୋଜ ପ୍ରସ୍ତୁତ କରିଥାଏ । ଏହି କାରଣରୁ ଦୃତ ଗତିରେ ଶର୍କରା ସ୍ତର ରକ୍ତରେ ବଢ଼ି ଯାଇଥାଏ । ଏହି କାରଣରୁ କିଡନୀ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।
* ଆପଣ ଯଦି ସୁସ୍ଥ ଓ ଫିଟ୍ ରହିବାକୁ ଚାହୁଁଛନ୍ତି ତେବେ ଧଳା ବ୍ରେଡ୍ ଠାରୁ ଦୂରେଇ ରୁହନ୍ତୁ । କାରଣ ଏହାଦ୍ବାରା ଆପଣଙ୍କ ର ଓଜନ ବଢିବାର ଆଶଙ୍କା ରହିଥାଏ ।
* ଅବସାଦ ବଢାଇବାରେ ମଧ୍ୟ ବ୍ରେଡ୍ ଗୋଟିଏ କାରଣ ଅଟେ । ଧଳା ବ୍ରେଡ୍ ଆପଣଙ୍କ ମସ୍ତିଷ୍କ କୁ ନକାରାତ୍ମକ ଭାବରେ ପରିଚାଳିତ କରିଥାଏ । ଆମେରିକା ଜର୍ଣାଲ୍ ରେ ପ୍ରକାଶିତ ଖବର ଅନୁସାରେ ଧଳା ବ୍ରେଡ୍ ୫୦ ପ୍ରତିଶତ ମହିଳା ଙ୍କ ର ଡିପ୍ରେସନ୍ ର କାରଣ ଅଟେ ।

Comments are closed.