ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ର ମିଣ୍ଡି ଜିଲ୍ଲାରେ ଗୋଟିଏ ଗୋଟିଏ ଏପରି ଚୋରି ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚୋରା ମାନେ ଚୋରି କଲାପରେ ଘରୁ ସମସ୍ତ ଅଳଙ୍କାର ଓ ପଇସା ନେଇ ଯାଇଥିଲେ । ଏହାପରେ ସେହି ଚୋରମାନେ ଗୋଟିଏ ଚିଠି ଘରେ ଛାଡ଼ିଗଲେ । ଯେଉଁଥିରେ ଲେଖାଥିଲା ” ଜୟ ହିନ୍ଦ୍ , ଜୟ ଭାରତ । ଚିନ୍ତା କରିବନହିଁ । ସାଙ୍ଗ ର ଦେହ ବହୁତ୍ ଖରାପ । ତେଣୁ ଚୋରି କରୁଛୁ । ପଇସା ଆସିଲେ ଫୋପାଡି ଦେଇ ଯିବି ।”
ଏହା ସହିତ ଚୋର ଚିଠି ରେ ସରୀ ଓ ଧୁମ୍ 3 ମଧ୍ୟ ଲେଖିଥିଲା । ପୋଲିସ ପକ୍ଷରୁ ଏହି ଅଜ୍ଞାତ ଚୋର ଉପରେ ମାମଲା ଦର୍ଜ୍ ହୋଇ ଅନୁସନ୍ଧାନ ଜାରି ରହିଛି । ଭୀମ ନଗର ନିବାସୀ ରୀମାଙ୍କ ଘରୁ ଚୋରି ହୋଇଛି । ତାଙ୍କ ସ୍ଵାମୀ ଛତିଶଗଡ଼ ର ଏ ଏସ ଏଫ୍ ରେ ଅଛନ୍ତି । ସେ ଏଠାରେ ନିଜ ପିଲାମାନଙ୍କ ସହିତ ରହୁଛନ୍ତି । ୩୦ ଜୁନ୍ ଦିନ ସେ ତାଲା ପକାଇ ବାପ ଘରକୁ ଯାଇ ଥିଲେ ।
ଯେତେବେଳେ ସେ ବାପ ଘରୁ ଫେରିଲେ ଦେଖିଥିଲେ ଯେ ତାଲା ଭାଙ୍ଗିଛି ଓ ସମସ୍ତ ସୁନା ଗହଣା ଚୋରି ହୋଇଛି । ଏହି ଚୋରି ଘଟଣା ରେ ବିଶେଷ ଭାବରେ ଚୋରଙ୍କ ହାତ ଲେଖା ଚିଠି ଟି ଚର୍ଚ୍ଚା ହେବା ସହିତ ସୋସିଆଲ ମିଡ଼ିଆ ରେ ମଧ୍ୟ ଭାଇରାଲ ହେଉଛି ।
Comments are closed.