Odisha news

କଣ ଆପଣ ପ୍ରତିଦିନ ଖାଉଥିବା ପାର୍ଲେ – ଜି ବିସ୍କୁଟ “G”ର ପ୍ରକୃତ ଅର୍ଥ ଜାଣିଛନ୍ତି

ନୂଆଦିଲ୍ଲୀ : ଦେଶରେ ଯଦି ବିସ୍କୁଟ ର ନାମ ନିଆଯାଏ , ତେବେ ସବୁଠୁ ଆଗରେ ପାର୍ଲେ ଜି ର ନାମ ପାଟିରେ ପଶିବ । ୮୦ ଦଶକର ପିଲା ମାନଙ୍କୁ ସେହି ସମୟ ମଧ୍ୟ ମନେ ଥିବ ଯେତେବେଳେ ନୂଆ ନୂଆ ପାର୍ଲେ ଜି ବିସ୍କୁଟ ସହିତ ଖାଇବାକୁ ଦିଆ ଯାଉ ଥିଲା । ପାର୍ଲେଜି ର ବିଜ୍ଞାପନ ମଧ୍ୟ ଲୋକପ୍ରିୟ ଥିଲା । ସେହି ବିସ୍କୁଟ ପ୍ୟାକେଟ ରେ ଥିବା ଝିଅକୁ ନେଇ ମଧ୍ୟ ଅନେକ କଥା ଶୁଣିବାକୁ ମିଳିଥିଲା । ଅନେକ ଲୋକ ପ୍ୟାକେଟ ଉପରେ ଥିବା ଜି ର ଅର୍ଥ ଜିନିଅସ କହି ଥାଆନ୍ତି । କିନ୍ତୁ ଆଜି ଆସନ୍ତୁ ଜାଣିବା ଏହାର ପ୍ରକୃତ ଅର୍ଥ ।
“G” ର ପ୍ରକୃତ ଅର୍ଥ-
ଏହାର ନାମ ପାର୍ଲେ ନାମରୁ ହୋଇଥିଲା । ଭାରତ ସ୍ୱାଧୀନ ହେବା ପୂର୍ବରୁ ଏହି ବିସ୍କୁଟ ର ନାମ ଗ୍ଲୁକୋ ବିସ୍କୁଟ ଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଏହା ଭାରତୀୟ ଓ ବ୍ରିଟିଶ୍ ସୈନ୍ୟ ଙ୍କ ର ପସନ୍ଦ ଯୋଗ୍ୟ ବିସ୍କୁଟ ଥିଲା । କିନ୍ତୁ ଦେଶ ସ୍ଵାଧୀନ ହେବା ପରେ ଗ୍ଲୁକୋ ର ଆମଦାନୀ ଅଟକି ଗଲା । କାରଣ ଏହି ବିସ୍କୁଟ କୁ ପ୍ରସ୍ତୁତ କରିବା ପାଇଁ ଗହମ ର ଆବଶ୍ୟକତା ରହିଥିଲା ଓ ସେତେବେଳେ ଦେଶରେ ଅନ୍ନ ସଙ୍କଟ ଦେଖା ଦେଇଥିଲା ।
ଏହାପରେ ଯେତେବେଳେ ଉତ୍ପାଦନ ହେଲା ସେତେବେଳେ ଅନେକ ଗୁଡ଼ିଏ କମ୍ପାନୀ ବଜାରକୁ ଆସିଗଲେ । ଖାସ୍ କରି ବ୍ରିଟାନୀୟା ଗ୍ଲୁକୋନ ଡି କୁ ବଜାରରେ କବଜା କରିବାକୁ ବସିଲା । ସେହି ସମୟରେ ଗ୍ଲୁକୋ ବିସ୍କୁଟ କୁ ଆଉଥରେ ଲଞ୍ଚ କରାଗଲା । ସେହି ସମୟରେ ଏହାର ନାମ ପାର୍ଲେ ଜି ରଖାଗଲା ଓ କଭର ଉପରେ ଗୋଟିଏ ଛୋଟ ଝିଅର ଚିତ୍ର ରହିଲା । ଏହି ବିସ୍କୁଟ ର ଫ୍ୟାକ୍ଟ୍ରି ମୁମ୍ବାଇ ର ବିର୍ଲେ ପାର୍ଲେ ଅଞ୍ଚଳ ରେ ହୋଇଥିବାରୁ ଏହାର ନାମ
ପାର୍ଲେ ଜି ରହିଲା । G ର ଅର୍ଥ ଗ୍ଲୁକୋଜ ଥିଲା । ଗଣ ମାଧ୍ୟମ ସୂଚନା ଅନୁସାରେ G ର ଅର୍ଥ ଜିନିଅସ ବୋଲି ୨୦୦୦ ମସିହା ବେଳକୁ ପ୍ରମୋଷନ କରାଗଲା ।
ଗଣମାଧ୍ୟମ ସୂଚନା ଅନୁସାରେ ପ୍ୟାକେଟ୍ ଉପରେ ଥିବା ଝିଅଟିକୁ ନେଇ ଅନେକ କାହାଣୀ ରହିଛି , କିନ୍ତୁ ସେ ଯାହାବି ହେଉ ନା କାହିଁକି ଆଜି ପ୍ରତେକ୍ ମାସରେ ଗୋଟିଏ ଆରବ ପାଖା ପାଖି ଉତ୍ପାଦନ ହେଉଛି ।

Comments are closed.