Odisha news

ସ୍ୱାମୀ ବିବେକାନନ୍ଦ : ମୃତ୍ୟୁ ର ୨ବର୍ଷ ପୂର୍ବରୁ ପାଇ ସାରିଥିଲେ ମୃତ୍ୟୁର ଆଭାସ

0

ପଦ୍ମଜା ପଟ୍ଟନାୟକ  : ସ୍ୱାମୀ ବିବେକାନନ୍ଦଙ୍କ ଙ୍କ ଦେହାନ୍ତ ୪ ଜୁଲାଇ ୧୯୦୨ ରେ ବେଲୁର ମଠ ରେ ହୋଇଥିଲା l ମୃତ୍ୟୁ ବେଳକୁ ତାଙ୍କର ବୟସ ୩୯ ବର୍ଷ ୫ ମାସ ୨୪ ଦିନ ହୋଇଥିଲା l ବିବେକାନନ୍ଦ ନିଜର ମୃତ୍ୟୁ ର ବହୁ ପୂର୍ବରୁ ନିଜର ପରିଚିତ ଓ ଶିଷ୍ୟ ମାନଙ୍କୁ ଅନେକ ଥର କହି ସାରିଥିଲେ ସେ ୪୦ ବର୍ଷରୁ ଅଧିକ ଜୀବିତ ରହିବେ ନାହିଁ l ତାଙ୍କ ଆୟୁ ୪୦ ବର୍ଷ ମଧ୍ୟରେ ରହିବ ବୋଲି ସେ ଜାଣି ସରିଥିଲେ l

କୁହାଯାଏ ଯେ ବିବେକାନନ୍ଦ ଖୁବ କମ ସମୟ ମଧ୍ୟରେ ସମାଜ ର ଉତ୍ଥାନ ପାଇଁ ଅନେକ କାର୍ଯ୍ୟ କରି ସାରିଥିଲେ l ଏବଂ ନିଜ ମୃତ୍ୟୁ କୁ ମଧ୍ୟ ଖୁବ ସହଜ ରେ ବରଣ କରିଥିଲେ l ଲାଗିଥାଏ ଯେ ଯେପରି ସେ ପୃଥିବୀ କୁ ଗୋଟିଏ ମହତ ଉଦେଶ୍ୟ ନେଇ ଆସିଥିଲେ ଓ ଯେତେବେଳେ ସେ ଜାଣି ପାରିଲେ ଏହା ସମ୍ପୂର୍ଣ ହୋଇଗଲା ସେ ପ୍ରୟାଣ ନେଇଗଲେ l ଏହା ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ କୌଣସି ନିର୍ଦ୍ଧିଷ୍ଟ ରୋଗରେ ବିବେକାନନ୍ଦ ଙ୍କ ମୃତ୍ୟୁ ହୋଇଥିଲା କି ? କାହିଁକି ୪୦ ବର୍ଷ ଗୋଟିଏ ଆୟୁ ନୁହେଁ ମୃତ୍ୟୁ ବରଣ କରିବାର l

୧୯୦୦ ମସିହା ରେ ସେ ସିଷ୍ଟର ନିବେଦିତା ଙ୍କୁ ଗୋଟିଏ ପତ୍ର ଲେଖିଥିଲେ, ଯେଉଁଥିରେ ସେ ଲେଖିଥିଲେ ‘ ମୁଁ ବର୍ତମାନ କାମ କରିବାକୁ ଚାହୁଁନାହିଁ, ବିଶ୍ରାମ ନେବାକୁ ଚାହୁଁଛି l ମୁଁ ଏହାର ସମୟ ମଧ୍ୟ ଜାଣିଚି l କିନ୍ତୁ ମତେ କର୍ମ ସବୁବେଳେ ନିଜ ଆଡକୁ ଟାଣି ନେଉଛି l ଏବଂ ମୋର ଶେଷ ସମୟ କେଉଁଠି ଅତିବାହିତ ହେବ ମୁଁ ଜାଣିଚି l ଏହି ପତ୍ର କୁ ଲଖିବାର ୨ବର୍ଷ ପରେ ତାଙ୍କର ଦେହାନ୍ତ ହୋଇଯାଇ ଥିଲା l ୧୯୦୨ ର ପ୍ରାରମ୍ଭିକ ଦିନରେ ସେ ନିଜକୁ କିଛିଟା ସାଂସାରିକ କାର୍ଯ୍ୟରୁ ଦୁରେଇ ରଖିବା ଆରମ୍ଭ କରିଦେଇଥିଲେ l ବିବେକାନନ୍ଦ ଅଗଷ୍ଟ ୨୭ ୧୯୦୧ ନିଜର ପରିଚିତ ମେରୀ ହେଲ ଙ୍କୁ ଗୋଟିଏ ଚିଠି ଲେଖିଥିଲେ l ଯେଉଁଥିରେ ସେ ଲେଖିଥିଲେ ‘ ବର୍ତମାନ ମୁଁ ଅବକାଶ ନେବାକୁ ଚାହୁଁଚି, ଆନ୍ଦୋଳନ କିପରି ଚାଲିଛି, ମୁଁ ବର୍ତମାନ ନିଜର ଯତ୍ନ ନେବାକୁ ଚାହୁଁଛି, ଆଶା କରୁଛି ଜୀବନ ରେ କେବେନା କେବେ ଆମ ଦୁହିଁନ୍କର ସାକ୍ଷାତ ହେବ l ଯଦି ବି ସାକ୍ଷାତ ମଧ୍ୟ ନହେଲା ତେବେ ଏଇ ଭାଇର ସ୍ନେହ ସର୍ବଦା ନିଜ ଭଉଣୀ ପାଇଁ ରହିବ l ‘

ନିଜ ମୃତ୍ୟୁର ୨ମାସ ପୂର୍ବରୁ ନିଜ ର ସମସ୍ତ ସନ୍ୟାସୀ ଶିଷ୍ୟ ଙ୍କୁ ଦେଖିବାକୁ ଇଛା କଲେ ଓ ତାଙ୍କୁ ପତ୍ର ଲେଖି ବେଲୁର ମଠ କୁ ଡାକିଲେ l ତାଙ୍କ ଭକ୍ତ ମାନେ ସାରା ବିଶ୍ୱରୁ ତାଙ୍କ ନିକଟରେ ଏକାଠି ହେବାକୁ ଲାଗିଲେ l ପ୍ରସିଧ ବଙ୍ଗଳା ଲେଖକ ଶଙ୍କର ବିବେକାନନ୍ଦ ଙ୍କ ଉପରେ ଲିଖିତ ନିଜ ପୁସ୍ତକ ଦି ମଙ୍କ ଏଜ ମ୍ୟାନ ରେ ଲେଖିଥିଲେ ଯେ ବିବେକାନନ୍ଦ ନିଦ ସମସ୍ୟା, ଲିଭର, ମଧୁମେହ, କିଡ୍ନୀ, ମାଇଗ୍ରେନ ଓ ହାର୍ଟ ସମସ୍ୟା ଭଳି ୩୧ ଟି ରୋଗରେ ପୀଡିତ ଥିଲେ l ଏତେ ରୋଗ ସତ୍ୱେ ତାଙ୍କ ମୃତ୍ୟୁର କାରଣ ହାର୍ଟ ଆଟାକ ଥିଲା l

Leave A Reply