ତିହିଡି,୧୦/୦୧(ଯଦୁମଣି ପାଣିଗ୍ରାହୀ) ତିହିଡି ଅଞ୍ଚଳରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଉପରେ କାମ କରିବାକୁ ମଣିଶଙ୍କର ସେବା ସଙ୍ଗଠନ ନିଷ୍ପତ୍ତି ନେଇଛି । ନୂଆକରି ଆତ୍ମପ୍ରକାଶ କରିଥିବା ଏହି ସଙ୍ଗଠନ ପକ୍ଷରୁ ତିହିଡି କାଳୀପଡିଆ ଠାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର କର୍ମକର୍ତ୍ତା ମାନେ ଏହି ଘୋଷଣା କରିବା ସହ ସମାଜର ଦୁଃସ୍ଥ, ନିଷ୍ପେସିତ ଓ ଅବହେଳିତ ମଣିଷ ମୁହଁରେ ହସ ଫୁଟାଇବାକୁ ସଙ୍ଗଠନ ସମର୍ପିତ ମନୋଭାବ ନେଇ ପ୍ରୟାସ ଜାରି ରଖିବ ବୋଲି ପ୍ରକାଶ କରିଛି । ସମାଜସେବୀ ପ୍ରଫୁଲ୍ଲ କୁମାର ଯତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ପ୍ରତାପ ଜେନା, ଯୁବନେତା ସଂଗ୍ରାମ ଦାସ, ତପୁନ ପାଣି, ପରିବେଶବିତ୍ କୁମାର ଗଙ୍ଗାଧର, ସମାଜସେବୀ ବିପିନ ବିହାରୀ ପତି, ପାର୍ଥସାରଥି ନାୟକ, ଜୟପ୍ରକାଶ ବେହେରା, ସୋମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ତିହିଡି ଅଞ୍ଚଳକୁ ନିଶାମୁକ୍ତ ରଖିବା ସହିତ ତିହିଡି ମେଡିକାଲକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାକୁ ସଙ୍ଗଠନ ସର୍ବଦା ଉଦ୍ୟମ କରିବ ବୋଲି କହିବା ସହ ତିହିଡି ବଜାରକୁ ଜବରଦଖଲ ମୁକ୍ତ କରିବାକୁ ପ୍ରଶାସନିକ ହସ୍ତକ୍ଷେପ ଜରୁରୀ ବୋଲି କହିଥିଲେ । ଅନ୍ୟପକ୍ଷେ ତିହିଡି ଅଞ୍ଚଳରେ ଗରିବ ତଥା ମେଧାବୀ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା କରିବା, ସ୍ୱାସ୍ଥ୍ୟସେବା ପାଇବାକୁ ଅକ୍ଷମ ଥିବା ରୋଗୀଙ୍କୁ ସହାୟତା ଯୋଗାଇ ଦେବା ଓ ପରିବେଶ ସୁସ୍ଥ ରଖିବାକୁ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେବାକୁ ସଙ୍ଗଠନ ପ୍ରସ୍ତୁତ ଅଛି ବୋଲି କର୍ମକର୍ତ୍ତା ମାନେ କହିବା ସହ ତିହିଡିକୁ ଏକ ସବଡିଭିଜନର ମାନ୍ୟତା ଦେବାକୁ ଦାବି କରିଥିଲେ । ଏହି ଅବସରରେ କିଛି ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କେତେକ ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରତିଷ୍ଠାତା ସୁମନ୍ତ ମହାନ୍ତି, କୈଳାସ ଚନ୍ଦ୍ର ହୋତା, ଚନ୍ଦ୍ରକାନ୍ତ ନାଥ, ମଦନମୋହନ ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, କିରଣ ମହାନ୍ତି, ସରିତ ମାହୁନ୍ତ ଓ ଦିବାକର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।