Odisha news

କରୋନା ଯୋଦ୍ଧା ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ବର୍ଦ୍ଧିତ

0

ମାହାଙ୍ଗା ୨୪ା୫ : ମାହାଙ୍ଗା ବ୍ଲକ୍ର ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ମନ୍ଦିର ଉନ୍ନୟନ ଓ ପରି·ଳନା ସମିତି ଚଷାଖଣ୍ଡ ତରଫରୁ ଆଜି କରୋନା ଯୋଦ୍ଧା ସମ୍ମାନ -୨୦୨୦ ଏବଂ ତ୍ରିବେଣୀଶ୍ୱରଙ୍କ ପୂଜକମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଚେୟାରମ୍ୟାନ ବିଚିତ୍ରାନନ୍ଦ ମିଶ୍ର, ସଭାପତି ଚୌ. ଭାବଗ୍ରାହୀ ମିଶ୍ର, ସାଧାରଣ ସମ୍ପାଦକ ଋଷି କୁମାର ରାଉତ, ଉପସଭାପତି ପ୍ରମୋଦ କୁମାର ସାମଲ, କୋଷାଧ୍ୟକ୍ଷ ପତିତପାବନ ଜେନା, ସହକୋଷାଧ୍ୟକ୍ଷ କମଳାକାନ୍ତ ଷଢଙ୍ଗୀ, କାର୍ଯ୍ୟକାରୀ ସମ୍ପାଦକ ଆଇନଜିବୀ ମନୋରଞ୍ଜନ ମହାପାତ୍ର, ଆର୍ଥିକ ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସିଂହ ଅନୁଷ୍ଠାନର ମୁଖ୍ୟ ସଂଗଠନ ସମ୍ପାଦକ ଡଃ ଅଜିତ୍ ମହାପାତ୍ର ପରି·ଳନା କରିଥିଲେ ।

ଏହି ଉସôବରେ ସର୍ବସାଧାରଣ ମାହାଙ୍ଗା ପ୍ରତିନିଧି, ସ୍ତମ୍ଭ ଲେଖକ, ବ୍ୟଙ୍ଗ କବି ବିବେକାନନ୍ଦ ଦାସଙ୍କୁ ଉତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତ୍ରିବେଣୀଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଖିଳେଶପଦ ମହାନ୍ତି କୁମୁଡା ଜୟୀପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପ୍ରାଣିଗ୍ରାହୀ ଏବଂ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସ୍ୱୟଂ ପ୍ରକାଶ ପରିଡାଙ୍କୁ କରୋନା ଯୋଦ୍ଧା ସମ୍ମାନ-୨୦୨୦ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିରର ପୂଜକମାନଙ୍କୁ ପରି·ଳନା ସମିତି ପକ୍ଷରୁ ୧ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ଦୈନନ୍ଦିନ ସଫେଇ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ ଅଗ୍ରୀମ ପାରିଶ୍ରମିକ ପ୍ରଦାନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କୁ କରୋନା ସମ୍ପର୍କିତ ବାର୍ତା ଦେବା ସହିତ ସାନିଟାଇଜର, ଗ୍ଲୋବ୍ସ ଓ ମାସ୍କ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରି·ଳନା ସମିତିର କର୍ମକର୍ତା ସର୍ବଶ୍ରୀ ନିରୋଦ କୁମାର ସାମଲ, ଆଶିଷ ରଞ୍ଜନ ନାୟକ, ଅଜୟ କୁମାର ସାହୁ, ଅରୁଣ କୁମାର ପଣ୍ଡା, ରମେଶଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସାମଲ, ରଶ୍ମୀରଞ୍ଜନ ପାଣି, ବିଶ୍ୱଜିତ୍ ବିଶ୍ୱାଳ, ପ୍ରଣବ କୁମାର ସିଂହ, ଦୀପକ୍ କୁମାର ସାମଲ, ସ୍ୱପ୍ନାରାଣୀ ସାହୁ, ଆଇନଜିବୀ ସୁଜିତ୍ ରଞ୍ଜନ ମହାପାତ୍ର, ତୋଫାନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

IEC 2 years
Leave A Reply