Odisha news

ପଂଚାୟତରେ ମହିଳା ସରପଂଚଙ୍କ କ୍ଷମତା ନାମକୁ ମାତ୍ର

0

ମାହାଙ୍ଗା ୨୪ା୫ : ରାଜ୍ୟ ସରକାର ମହିଳାମାନଙ୍କୁ ଅଗ୍ରାଧିକାର ଦେଇଥିଲା ବେଳେ ସେମାନଙ୍କ ପାଇଁ ୩୩ଭାଗ ସ୍ଥାନ ସଂରକ୍ଷଣ କରିଥିଲା ବେଳେ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାହାଙ୍ଗା ବ୍ଲକ୍ରେ ଅଧିକାଂଶ ଗ୍ରାମ ପଂଚାୟତରେ ନିର୍ବାଚିତ ମହିଳା ସରପଂଚ କେବଳ ନାମକୁ ମାତ୍ର ରହିଥିଲା ବେଳେ ବାସ୍ତବରେ ସେମାନଙ୍କ ସ୍ୱାମୀ ନିଜକୁ ସରପଂଚ ଭାବେ ଜନସାଧାରଣଙ୍କ ନିକଟରେ ପରିଚୟ ଦେବା ସହିତ ବିଭିନ୍ନ କାଗଜପତ୍ରରେ ସ୍ତ୍ରୀଙ୍କ ନାମ ଦସ୍ତଖତ କରୁଥିବା ଅଭିଯୋଗ ହେଉଛି ।

ମହିଳା ସରପଂଚମାନେ ପଂଚାୟତ କାର୍ଯାଳୟକୁ ଆସୁନଥିଲା ବେଳେ ମାହାଙ୍ଗା ବ୍ଲକ୍ରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ମହିଳା ସରପଂଚଙ୍କ ବଦଳରେ ତାଙ୍କର ସ୍ୱାମୀ ସରପଂଚଙ୍କ ପ୍ରତିନିଧିଭାବେ ଯୋଗଦେଉଛନ୍ତି ।

ଗଣତନ୍ତ୍ର ଶାସନରେ କେବେଠାରୁ ପ୍ରତିନିଧି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲଶ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାର କରୋନା ମହାମାରୀ ମୁକାବିଲା ପାଇଁ ସରପଂଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲା ବେଳେ ଏହି କ୍ଷମତା କିଏ ଉପଭୋଗ କରୁଛି ମହିଳା ସରପଂଚ ନା ତାଙ୍କ ସ୍ୱାମୀ ତାହା ଚର୍ଚ୍ଚା ହେଉଛି । ଖାଲି ମହିଳା ସରପଂଚ ନୁହଁନ୍ତି ମହିଳା ୱାର୍ଡ ମେମ୍ବର, ସମିତି ସଭ୍ୟା, ଓ ଜିଲା ପରିଷଦ ସଭ୍ୟାଙ୍କ କ୍ଷେତ୍ରରେ ସେମାନଙ୍କର ସ୍ୱାମୀମାନେ ପ୍ରତିନିଧିତ୍ୱ କରୁଥିବା ଚର୍ଚ୍ଚା ହେଉଛି ।

ରାଜ୍ୟ ସରକାର ମହିଳାମାନଙ୍କୁ ଅଗ୍ରାଧିକାର ଦେବା କେବଳ କାଗଜପତ୍ରରେ ବାସ୍ତବକ୍ଷେତ୍ରରେ ନୁହେଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଏଣୁ ମହିଳା ସରପଂଚମାନଙ୍କୁ ନିରପେକ୍ଷଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ପ୍ରତି ସପ୍ତାହରେ ୨ରୁ ୩ଥର ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply