Odisha news

ନିମ୍ନମାନର ପୋଲ ଓ ରାସ୍ତା ନିର୍ମାଣ ଅଭିଯୋଗ

0

ଫୁଲନଖରା : କଟକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଚାଳନାଧିନ ଖଲର୍ଦ୍ଦା-କୁରୁଣ୍ଟି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ରାସ୍ତାର ଉଭୟ ପାଶ୍ୱର୍ରେ ପକାଯାଉଥିବା ମାଟିକୁ ଚାପ ଦିଆଯାଉନଥିବାରୁ ବର୍ଷାରେ ତାହା ଧୋଇଯାଇ ରାସ୍ତା କ୍ଷତିଗ୍ରସ୍ତ ହେଉଛି । କେତେକ ଅଂଶରେ ହେଉଥିବା ସିମେଣ୍ଟ କଂକ୍ରିଟ ରାସ୍ତାର ଭାଗମାପ ଠିକ ରହୁନଥିବାରୁ ଏହାର ସ୍ଥାୟୀତ୍ୱ ନେଇ ସନେ୍ଦହ ସୃଷ୍ଟି ହୋଇଛି ।

ସାଇଁଶୋ ବଜାରଠାରେ ଥିବା ପୁରତନ ପୋଲକୁ ଭାଙ୍ଗି ସେଠାରେ ସମ୍ପୂର୍ଣ୍ଣ ନୂଆ ପୋଲ ନିର୍ମାଣ କରିବା ପରିବର୍ତ୍ତେ ପୋଲର ଉଭୟ ପାଶ୍ୱର୍କୁ ଢଳେଇ କରି ମଝି ଅଂଶ ଛାଡ଼ିଦିଆଯାଇଛି । ଅନ୍ୟପକ୍ଷରେ ଖାଲୁଆ ଓ ଜଳାଶୟ ଥିବା ସ୍ଥାନରେ ଗାର୍ଡ଼ୱାଲ କରାଯାଉନଥିବାରୁ ଭବିଷ୍ୟତରେ ଏହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଏଣୁ ଉପରୋକ୍ତ ସମସ୍ୟାର ଉପଯୁକ୍ତ ସମାଧାନ କରିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ ଅଧିକାରୀଗଣ ତୁରନ୍ତ ଦୃଷ୍ଟି ଦେବାକୁ ସାଇଁଶୋ ପଞ୍ଚାୟତ ଅଞ୍ଚଳର ଶେଖ ତାହିର, ଶେଖ ରøନକ, ଶେଖ ଇଦ୍ରିଶ, ଶେଖ ସଫିକ, ଶେଖ ସାଦିକ, ଅବଦୁଲ କରିମ, ଶେଖ ଆଲ୍ଲାଉଦ୍ଦିନ, ଶାହିନା ବେଗମ ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ।

Govt
Leave A Reply