ବାରିପଦା : ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ଶାସନ ସଚିବଙ୍କ ଆଦେଶ ପତ୍ର ସଂଖ୍ୟା ୨୮୦୦/୧୮/୦୫/୨୦୨୦ ରିଖ ନିଦେ୍ର୍ଦଶାନୁସାରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିରୋଧ ଉଦେ୍ଦଶ୍ୟରେ ଲକ୍ଡାଉନ୍ ସମୟକୁ ଚଳିତ ମଇ ୩୧ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ସମଗ୍ର ଓଡିଶାରେ ବୃଦ୍ଧି କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ସଂପର୍କୀତ ନିଦେ୍ର୍ଦଶାନାମା ଅନୁଯାଇ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ଶିକ୍ଷାଅନୁଷ୍ଠାନ,ତାଲିମ,କୋଚିଂ ପ୍ରତିଷ୍ଠାନ ଆଦି ପୂର୍ବପରି ବନ୍ଦ ରହିବ । ଅନ୍ଲାଇନ୍/ଦୂରଶିକ୍ଷା ·ଲୁ ରହିବ ।
ସେହିପରି ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଅତିଥି ସେବାକ୍ଷେତ୍ର ପୂର୍ବଭଳି କଟକଣା ଥିବାବେଳେ ଘରୋର ସ୍ୱାସ୍ଥ୍ୟ, ପୋଲସି, ସରକାରୀ କର୍ମ·ରୀ, ସ୍ୱାସ୍ର୍ଥ୍ୟ କର୍ମ·ରୀ, ପର୍ଯ୍ୟଟକ, ଅସୁବିଧା ବସତ ଅଟକଥିବା ବ୍ୟକ୍ତି କ୍ୱାରାଣ୍ଟାଇନ କେନ୍ଦ୍ର ପାଇଁ ସେବା ସୁବିଧା ଯୋଗାଉ ଥିବା କ୍ୟାଣ୍ଟିନ୍, ପାନୀୟ ଜଳ ଯୋଗାଣ ଏବଂ ବସ ଡିପୋ/ରେଳ ଷ୍ଟେସନ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ହୋମ ଡେଲିଭରି ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ କାର୍ଯ୍ୟ କରୁଥିବା ଅନୁମତି ପ୍ରାପ୍ତ ବ୍ୟକ୍ତିମାନଙ୍କ କଟଣାରୁ ବାଦ୍ ଦିଆଯାଇଛି । ସେହିପରି ସମସ୍ତ ସିନେମା ହଲ, ସପିଙ୍ଗମଲ, ଜିମ୍ନାସିଅମ(ବ୍ୟାୟାମଶାଳା), ଅବସର ବିନୋଦନ ପାର୍କ, ଥିଏଟର, ବାର ଏବଂ ଓଡିଟୋରିଅମ ଆଦି ଜନସାମଗମ ଭଳି ସ୍ଥାନକୁ ନିଷେଧ କରାଯାଇଛି । ସୋଟର୍ସ କଂପ୍ଲେକସ୍, ଷ୍ଟାଡିୟମ, କ୍ରୀଡା କସରତ ଆଦି କାର୍ଯ୍ୟକ୍ରମକୁ କ୍ରୀଡାବିତ୍ ଓ ଖେଳାଳୀ ମାନଙ୍କ ପାଇଁ ଅନୁମତି ଦିଆଯାଇଥିବାବେଳେ ଦର୍ଶକଙ୍କ ପାଇଁ କଟକଣା ଲାଗୁ ରହିଛି ।
ସମସ୍ତ ସାମାଜିକ, ରାଜନୈତିକ, କ୍ରିଡା, ମନୋରଞ୍ଜନ, ଏକାଡେମିକ, ସାଂସ୍କୃତିକ, ଧାର୍ମିକ ପୀଠସ୍ଥଳୀ ଆଦି ଧର୍ମୀୟ ସମାବେଶ/ଉତ୍ସବ ଆଦି କାର୍ଯ୍ୟକ୍ରମକୁ ନିଷେଧ କରାଯାଇଅଛି । ସେହିପରି ସମସ୍ତ ଅନୁମତି ପ୍ରାପ୍ତ ଦୋକାନ, ବଜାର ଓ ବାଣିଜ୍ୟକ/ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୭ ଘଟିକାରୁ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଗୁଡିକ ପାଇଁ ସମୟ ସୀମା କଟକଣା ଲାଗୁ ହେବ ନାହିଁ । ଉକ୍ତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ସାମାଜିକ ଦୂରତା ୬ ଫୁଟ ବଜାଇ ରଖିବା ସହିତ ୫ ଜଣରୁ ଅଧିକ ଗ୍ରାହକ ଦୋକାନ ଭିତରେ ଓ ବାହାରେ ଏକତ୍ରିତ ହେବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ଭଳି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ କଦାପି ଘରୁ ବାହାରକୁ ନବାହିବାକୁ କଟକଣା ଲାଗୁ କରାଯାଇଛି । ଏଥି ସହିତ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟିରେ ରଖି ପ୍ରବାସୀ ଫେରନ୍ତାମାନଙ୍କ କ୍ୱାରେଣ୍ଟାଇନ ପାଇଁ ଜିଲ୍ଲାରେ ଖୋଲାଯାଇଥିବା ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍ସି), କୋଭିଡ୍ କେୟାର କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲ ପରିସର ଅଂଚଳକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷିତ କରାଯାଇଅଛି ।
ଏହି ସବୁ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ କେବଳ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକୀୟ ସେବା କାର୍ଯ୍ୟରେ ନିୟୋଜିତ କର୍ମ·ରୀ ବ୍ୟତୀତ କୌଣସି ବାହାର ବ୍ୟକ୍ତିଙ୍କୁ (ଭିତରେ କିମ୍ବା ବାହାରେ) ନିଶେଧଥିବା ସୀମା ମଧ୍ୟକୁ ପ୍ରବେଶ ଉପରେ କଡାକଡି କଟକଣା ଜାରି କରାଯାଇଛି । ଏଥି ସହିତ କୋଭିଡ୍-୧୯ ପରି·ଳନା ପାଇଁ ରାଷ୍ଟ୍ରୀୟ ନିଦେ୍ର୍ଦଶାବଳୀ ଆଧାରିତ ମାର୍ଗଦର୍ଶିକାନୁସାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ସମସ୍ତ ସର୍ବସାଧାରଣ ପରିବହନ ଓ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ନିୟମ ଅନୁପାଳନ କରାଯିବା ଏବଂ ସର୍ବସାଧାରଣ କାର୍ଯ୍ୟସ୍ଥଳରେ କେହିଁ ଛେପ ପକାଇ ପାରିବେ ନାହିଁ ।
ଏହା ଅମାନ୍ୟ କଲେ ନିୟମାନୁସାରେ ଦଣ୍ଡିତ ହେବେ । ବିବାହ, ଉତ୍ସବ, ଶେଷକୃତ୍ୟ ଆଦି ସମାଜିକ କାର୍ଯ୍ୟକ୍ରମ ଯଥା ବିବାହ ପାଇଁ ୫୦ ରୁ କମ୍ ଏବଂ ଶେଷକୃତ୍ୟ କାର୍ଯ୍ୟ ପାଇଁ ୨୦ ଜଣରୁ କମ୍ ଲୋକଙ୍କ ମଧ୍ୟରେ ଅନୁମତି ପୂର୍ବକ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ସର୍ବସାଧାରଣ ସ୍ଥାନ ମାନଙ୍କରେ ମଦ, ପାନ, ଗୁଟକା, ଟାବାକୋ(ତମ୍ବାକୁ) ଆଦି, ବ୍ୟବହାର ଉପରେ କଟକଣା ଲାଗୁ ରହିଛି ।
ସର୍ବୋପରି ମୟୂରଭଞ୍ଜ ଜିଲ୍ଲାରେ କୋଭିଟ୍-୧୯ ପରି·ଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟିରେ ରଖି ସନ୍ଧ୍ୟା ୭ ଘଟିକାରୁ ସକାଳ ୭ ଘଟିକା ପର୍ଯ୍ୟନ୍ତ କେବଳ ଅତ୍ୟନ୍ତ ଜରୁରୀ କାର୍ଯ୍ୟବ୍ୟତିତ କୌଣସି ବ୍ୟକ୍ତି ବାହାରେ ଚଳପ୍ରଚଳ କରିପାରିବେ ନାହିଁ । ଏଥିରେ ଅମାନ୍ୟ କଲେ ନିୟମାନୁଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାର ତ୍ୱରିତ କାର୍ଯ୍ୟର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍କାରିତା ପାଇଁ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ଉପ-ଜିଲ୍ଲାପାଳ, ବି.ଡି.ଓ, ତହସିଲଦାର, ନିର୍ବାହୀ ଅଧିକାରୀ, ପୌରପରିଷଦ ଓ ବିଜ୍ଞାପିତ ପରିଷଦ ମୟୂରଭଞ୍ଜଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାରି ନିଦେ୍ର୍ଦଶନାମାରେ ଅବଗତ କରାଯାଇଛି ।